ଦିନକ ପରେ ବାରବାଟୀ ଟି-୨୦: ଭୁବନେଶ୍ୱର ପହଞ୍ଚିଲେ ଇଣ୍ଡିଆ ଓ ଶ୍ରୀଲଙ୍କା ଖେଳାଳି

ଭୁବନେଶ୍ୱର: ଗୋଟିଏ ଦିନ ପରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଟି-୨୦ ଖେଳାଯିବ। ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ପାଇଁ ସୋମବାର ଭାରତ ଓ ଶ୍ରୀଲଙ୍କା ଟିମ୍‌ ଭୁବନେଶ୍ୱର ପହଞ୍ଚିଛନ୍ତି। ସ୍ଥାନୀୟ ବିଜୁ ପଟ୍ଟାନୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା କ୍ରିକେଟ ଆସୋସିଏନର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା। ପରେ ସ୍ୱତନ୍ତ୍ର ବସରେ ହୋଟେଲଙ୍କୁ ନିଆଯାଇଥିଲା। ହୋଟେଲରେ ମଧ୍ୟ ଉଭୟ ଦଳର ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ଉଭୟ ଦଳ ଡିସେମ୍ବର ୧୯ରେ ବାରବାଟୀରେ ଅଭ୍ୟାସ କରିବେ।

ସୂଚନାଯୋଗ୍ୟ ଭାରତୀୟ ଟିମ୍‌ ଟେଷ୍ଟ ଓ ଦିନିକଆ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ପରାସ୍ତ କରି ଦୃଢ଼ ସ୍ଥିତିରେ ଅଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଟି-୨୦ ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଉଦ୍ୟମ କରିବ।

 

ସମ୍ବନ୍ଧିତ ଖବର