କଳିଙ୍ଗରେ କେକ୍‌ କାଟିଲେ ପ୍ରାୟୋରି

ବୁଧବାର ଥିଲା ଜାମସେଦପୁର ଦଳର ବ୍ରାଜିଲୀୟ ଖେଳାଳି େଓ୍ଵଲିଂଟନ ପ୍ରାୟୋରିଙ୍କ ୨୮ତମ ଜନ୍ମ ଦିବସ। ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମ ଅଭ୍ୟାସ ପଡ଼ିଆରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ଅଭ୍ୟାସ କରିବା ପରେ ସଂଧ୍ୟାରେ ସେ ସେହି ପଡ଼ିଆ ଭିତରେ କେକ୍‌ କାଟି ଜନ୍ମ ଦିନ ପାଳନ କରିଥିଲେ। ସାଥୀ ଖେଳାଳିମାନେ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇବା ସହ ତାଙ୍କ ମୁହଁରେ କେକ୍‌ ବୋଳି ଉତ୍ସବ ପାଳନ କରିଥିଲେ। ପ୍ରଶିକ୍ଷକ ଷ୍ଟିଭ୍‌ ପୋଲେଲଙ୍କଠାରୁ ଆରମ୍ଭ କରି ଦଳର ପ୍ରତି ଖେଳାଳି ଏହି ନିରାଡମ୍ବର ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ୧୯୯୦ ମସିହା ଫେବ୍ରୁଆରି ୨୧ରେ ବ୍ରାଜିଲର ସାଉ ପାଲୋରେ ଜନ୍ମଗ୍ରହଣ କରିଥିବା ପ୍ରାୟୋରି ପୂର୍ବରୁ ନର୍ଥ ଇଷ୍ଟ ୟୁନାଇଟେଡ୍‌ ପକ୍ଷରୁ ଖେଳୁଥିଲେ। ଚଳିତ ବର୍ଷ ସେ ଜାମ୍‌ସେଦ୍‌ପୁର ଦଳରେ ଯୋଗ ଦେଇଛନ୍ତି। ଚଳିତ ଋତୁରେ ସେ ଦଳ ପକ୍ଷରୁ ୫ ମ୍ୟାଚ୍‌ ଖେଳିଛନ୍ତି। ଏହି ଯୁବ ତାରକା ମଧ୍ୟଭାଗରେ ଖେଳନ୍ତି।

ସମ୍ବନ୍ଧିତ ଖବର