ବାସ୍କେଟ୍‌ବଲ୍‌ ପ୍ରଶିକ୍ଷଣ ଶିବିର ମେ ୧ରୁ

ଭୁବନେଶ୍ୱର: ଗ୍ରୀଷ୍ମକାଳୀନ ବାସ୍କେଟ୍‌ବଲ୍‌ ପ୍ରଶିକ୍ଷଣ ଶିବିର ମେ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ଏବଂ ୟୁନିଟ୍‌-୧ ଇଣ୍ଡୋର ହଲ୍‌ରେ ଅନୁଷ୍ଠିତ ହେବ। ଏହି ଶିବିର ସକାଳ ଏବଂ ସଂଧ୍ୟା ଦୁଇଟି ଅଧିବେସନରେ ହେବ। ସକାଳ ଅଧିବେସନ ୬.୧୫ରୁ ୭.୧୫ ଏବଂ ସଂଧ୍ୟା ଅଧିବେସନ ୫.୧୫ରୁ ୬.୧୫ ପର୍ଯ୍ୟନ୍ତ ଚାଲିବ। ଶିବିରରେ ଯୋଗ ଦେବାକୁ ଇଚ୍ଛୁକ ପିଲାମାନେ ସକାଳ ଅଧିବେସନ ପାଇଁ କଳିଙ୍ଗ ଷ୍ଟାଡିୟମ ଗେଟ୍‌-୩ ଓ ୯ରୁ ଫର୍ମ ନେଇପାରିବେ। ସେହିଭଳି ସଂଧ୍ୟା ଅଧିବେସନ ଲାଗି ୟୁନିଟ୍‌-୧ ଇଣ୍ଡୋର ହଲ୍‌ରୁ ଫର୍ମ ନେବେ। ଶିବିରରେ ଯୋଗ ଦେବାଲାଗି କୌଣସି ଦେୟ ନାହିଁ। ସୂଚନାଯୋଗ୍ୟ, ୨୦୦୦ ମସିହାରୁ ସଫଳତାର ସହ ଏହି ଶିବିର ଆୟୋଜନ ହୋଇଆସୁଛି।

ସମ୍ବନ୍ଧିତ ଖବର