ଭୁବନେଶ୍ୱର ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ଅଗଷ୍ଟ ତୃତୀୟ ସପ୍ତାହରେ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଆସନ୍ତା ମାସ ତୃତୀୟ ସପ୍ତାହରେ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୮ ବର୍ଷ ଧରି ଏହି ପ୍ରତିଯୋଗତା ସଂଘ ଆୟୋଜନ କରି ଆସୁଛି। ଗତ ଥର ଏଥିରେ ୨୪ ଦଳ ଭାଗନେଇଥିଲେ। ଚଳିତ ବର୍ଷ ଏହାଠୁ ଅଧିକ ଦଳ ଭାଗନେବେ ବୋଲି ସଂଘର ସଭାପତି ତପନ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଇଚ୍ଛୁକ ବିଦ୍ୟାଳୟଗୁଡ଼ିକ ଅଧିକ ବିବରଣୀ ପାଇଁ ସଂଘର ସମ୍ପାଦକ ଦିଲ୍ଲୀପ କୁମାର ଦାସ (୯୦୭୮୫ ୦୩୮୧୧) କିମ୍ବା ଉପସଭାପତି ପ୍ରଫୁଲ୍ଲ କୁମାର ମିଶ୍ର (୯୪୩୭୫ ୨୨୭୪୪)ଙ୍କୁ ଯୋଗାଯୋଗ କରିବାକୁ ସଂଘ ଅନୁରୋଧ କରିଛି।

ସମ୍ବନ୍ଧିତ ଖବର