କରୋନା ଲଢେଇରେ ସାମିଲ ହେଲା ବିସିସିଆଇ ଓ କ୍ରିକେଟ ଖେଳାଳି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା କରୋନା ଲଢେଇ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତେବେ ସେଲିବ୍ରିଟି ଦମ୍ପତି ଦୁହେଁ କେତେ ଟଙ୍କା ସାହାଯ୍ୟ କରୁଛନ୍ତି ତାହା ପ୍ରକାଶ କରି ନାହାଁନ୍ତି। ଅନ୍ୟପଟେ ବିଶ୍ୱର ସବୁଠାରୁ ଧନୀ ତଥା ଶକ୍ତିଶାଳୀ କ୍ରିକେଟ୍ ବୋର୍ଡ ବିସିସିଆଇ ୨୮ ମାର୍ଚ୍ଚରେ ୫୧ କୋଟି ଟଙ୍କା ଦାନ କରିଛି। ମାର୍ଚ୍ଚ ୨୯ ରେ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ୧ କୋଟି ଟଙ୍କା ଦେଇଥିଲା।

SpotboyE

ଏମାନଙ୍କ ବ୍ୟତୀତ ବଙ୍ଗଳା କ୍ରିକେଟ୍ ଆସୋସିଏସନ୍, ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଏବଂ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଭଳି ଅନ୍ୟ କେତେକ ରାଜ୍ୟ ସଙ୍ଗଠନ ମଧ୍ୟ ସହାୟତା ପ୍ରଦାନ କରିଛନ୍ତି। ଭାରତ ରତ୍ନ ସଚିନ ତେନ୍ଦୁଲକର ୫୦ ଲକ୍ଷ ଟଙ୍କା ଘୋଷଣା କରିଥିବାବେଳେ ୫୦ ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ଦେବାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଘୋଷଣା କରିଛନ୍ତି |

ସୁରେଶା ରାଇନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ୫୨ ଲକ୍ଷ ଟଙ୍କା ଦେଇଛନ୍ତି | ସେହିପରି ଅଜିଙ୍କ୍ୟ ରାହାଣେ ୧୦ ଲକ୍ଷ, ଇଶାନ କିଶନ ୨୦ଲକ୍ଷ, ସୌରଭ ତିୱାରୀ ରିଲିଫ ପାଣ୍ଠିରେ ଦେଢ଼ ଲକ୍ଷ ଦେଇଛନ୍ତି |ପୂର୍ବରୁ ୧୬ ବର୍ଷୀୟ ମହିଳା କ୍ରିକେଟର ରିଚା ଘୋଷ ୧ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ |

ସମ୍ବନ୍ଧିତ ଖବର