ସାମୀଙ୍କୁ ବିସିସିଆଇର କ୍ଲିନଚିଟ୍, ଚୁକ୍ତିକୁ ଫେରିଲେ

ମୁମ୍ବାଇ : କ୍ରିକେଟ ଖେଳାଳୀ ମହମ୍ମଦ ସାମୀଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍‌ ପ୍ରକାଶ କରିଛି । ଏହା ସହିତ ସାମୀଙ୍କୁ ବିସିସିଆଇ ଦୋଷମୁକ୍ତ ଘୋଷଣା କରିବା ସହ ତାଙ୍କୁ ପୁଣି ବିସିସିଆଇ କଣ୍ଟ୍ରାକ୍ଟ ରେ ଅନ୍ତର୍ଭୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ ସାମୀଙ୍କ ଉପରେ ପତ୍ନୀ ହସୀନ ଜାହାନଙ୍କ ମ୍ୟାଚ ଫିକ୍ସିଂ ଅଭିଯୋଗ ପରେ ତାଙ୍କ ବିରୋଧରେ ବିସିସିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ଏହି ଅଭିଯୋଗର ତଦନ୍ତ ପାଇଁ ବିସିସିଆଇର ପ୍ରଶାସନ କମିଟି (ସିଓଏ) ପକ୍ଷରୁ ଦୁର୍ନୀତି ନିବାରଣ ଓ ନିରାପତ୍ତା ୟୁନିଟ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା । ହସୀନ ଅଭିଯୋଗ କରିଥିଲେ ଯେ ଲଣ୍ଡନର ଜଣେ ବ୍ୟବସାୟୀ ମହମ୍ମଦ ଭାଇଙ୍କ ନିର୍ଦ୍ଦେଶ କ୍ରମେ ଜଣେ ପାକିସ୍ତାନି ଯୁବତୀ ଆଲସବା ସାମୀଙ୍କୁ ଟଙ୍କା ଦେଇଛନ୍ତି । ସିଓଏ ପକ୍ଷରୁ ବିସିସିଆଇର ଦୁର୍ନୀତି ନିବାରଣ ଓ ନିରାପତ୍ତା ୟୁନିଟ ମୁଖ୍ୟ ନୀରଜ କୁମାରଙ୍କୁ ଏହି ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ଓ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ତାଙ୍କୁ କୁହାଯାଇଥିଲା ।

ସମ୍ବନ୍ଧିତ ଖବର