ବିଦେଶ ଗସ୍ତରେ କ୍ରିକେଟର ପତିଙ୍କ ସହିତ ୧୪ ଦିନରୁ ଅଧିକ ରହିପାରିବେନି ପତ୍ନୀ

ନୂଆଦିଲ୍ଲୀ: କ୍ରିକେଟରଙ୍କ ପତ୍ନୀମାନେ ଏଣିକି ବିଦେଶରେ ଅଧିକ ଦିନ ମଜାମସ୍ତି କରିପାରିବେ ନାହିଁ। ବିସିସିଆଇ ଏଭଳି ନିୟମ ଲାଗୁ କରିବାକୁ ଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପତ୍ନୀମାନେ ସେମାନଙ୍କର କ୍ରିକେଟର ପତିଙ୍କ ସହିତ ଅତି ବେଶୀରେ ୧୪ ଦିନ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିପାରିବେ। ପୁଣି ଶୃଙ୍ଖଳା ଆରମ୍ଭ ହେବାର ପ୍ରଥମ ୧୪ ଦିନ ପୂର୍ବରୁ ପତ୍ନୀଙ୍କ ବିଦେଶ ଗସ୍ତରେ ହୋଇପାରିବ ନାହିଁ। ଅନ୍ୟପକ୍ଷରେ କେଉଁ ୧୪ ଦିନ ପତି-ପତ୍ନୀ ଏକାଠି ରହିବେ ତାହା ସେମାନେ ନିର୍ଦ୍ଧାରଣ କରିବେ। ଭାରତୀୟ ଟିମ୍‌ ଏବେ ୪୫ରୁ ୫୦ ଦିନିଆ ଇଂଲଣ୍ଡ ଗସ୍ତରେ ଅଛି।

ନିକଟରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ ପୂର୍ବରୁ ବିସିସିଆଇ ନିଜର ଖେଳାଳିମାନଙ୍କୁ ପାର୍ଟନରଙ୍କ ଠାରୁ ଦୂରରେ ରହିବାକୁ କହିଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ଦିନେଶ କାର୍ତ୍ତିକ, ଉମେଶ ଯାଦବ, ରୋହିତ ଶର୍ମା ଟି-୨୦ ଓ ଦିନିକିଆ ଶୃଙ୍ଖଳା ଚାଲିଥିବା ବେଳେ ପତ୍ନୀମାନଙ୍କ ସହିତ ମଜାମସ୍ତି କରୁଥିବା ଦେଖାଯାଇଥିଲା। ସୋସିଆଲ ମିଡିଆରେ ସେମାନେ ମଜାମସ୍ତିର ଫଟୋଗୁଡ଼ିକ ସେୟାର କରିଥିଲେ।

ବିଦେଶ ଗସ୍ତ ସମୟରେ ପତ୍ନୀଙ୍କ ସହିତ କ୍ରିକେଟମାନେ ବୁଲିବାକୁ ନେଇ ପ୍ରଶଂସକମାନେ ଏଥିପାଇଁ ବିରକ୍ତି ପ୍ରକାଶ କରିଥାନ୍ତି, କାରଣ ଅନେକ ସମୟରେ କ୍ରିକେଟରମାନେ ସେମାନଙ୍କର ପ୍ରଦର୍ଶନରେ ଅବହେଳା କରିଥାନ୍ତି।

ଏକଦା ଦକ୍ଷିଣ ଆଫ୍ରିକାର କେପଟାଉନରେ ବିରାଟ କୋହଲି ଯେତେବେଳେ ପ୍ରଥମ ଟେଷ୍ଟରେ ୫ ରନ୍‌ରେ ଆଉଟ ହୋଇଥିଲେ, ପ୍ରଶଂସକମାନେ ଅନୁଷ୍କାଙ୍କୁ ନେଇ ଟ୍ରୋଲ କରିଥିଲେ। କାରଣ ଅନୁଷ୍କା ସେହି ମ୍ୟାଚରେ ବିରାଟଙ୍କୁ ଚିୟର କରୁଥିଲେ।

ସମ୍ବନ୍ଧିତ ଖବର