୨୦୨୪ ଯାଏଁ ବଢ଼ିପାରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ

ମୁମ୍ବାଇ: ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ରବିବାର ନିଜର ପଦାଧିକାରୀଙ୍କ କାର୍ଯ୍ୟକାଳର ସୀମା କୋହଳ କରିବାକୁ ମଂଜୁରୀ ଦେଇଛି। ବିସିସିଆଇର ୮୮ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂତନ ନିଷ୍ପତ୍ତି ଅନୁସାରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ୨୦୨୪ ଯାଏଁ ବଢ଼ିପାରେ।

ସୂଚନାଯୋଗ୍ୟ ୨୦୦୩ ବିଶ୍ୱକପ୍‌ର ଫାଇନାଲଲିଷ୍ଟ ଟିମ୍‌ ଇଣ୍ଡିଆର ଅଧିନାୟକ ଗାଙ୍ଗୁଲି ବୋର୍ଡର ସଭାପତି ହେବା ପରେ ପ୍ରଥମ ଥର ଏଜିଏମ୍‌ ଆୟୋଜିତ ହୋଇଛି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ସମସ୍ତ ପ୍ରସ୍ତାବିତ ସଂଶୋଧନକୁ ସୁପାରିଶ ଦିଆଯାଇଛି ଏବଂ ଏହାକୁ ଏବେ ମଞ୍ଜୁରୀ ପାଇଁ ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଯିବ। ଯଦି ମଂଜୁରୀ ମିଳିଯାଏ ତା’ ହେଲେ ଗାଙ୍ଗୁଲି ୨୦୨୪ ଯାଏଁ ବିସିସିଆଇ ସଭାପତି ରହିପାରିବେ।

କ୍ରିକେଟ ପ୍ରଶଂସକମାନଙ୍କ ନିକଟରେ ‘ଦାଦା’ ନାମରେ ଅଧିକ ପରିଚିତ ସୌରଭ ଗାଙ୍ଗୁଲି ଜଣେ ଭଲ ବ୍ୟାଟସ୍‌ମ୍ୟାନ ଭାବେ ଜଣାଶୁଣା। ସେ ଯେତେବେଳେ କ୍ରିଜରେ ଥାଆନ୍ତି, ୨ ପାଦ ଆଗକୁ ଯାଇ ଦର୍ଶନୀୟ ଛକା ମାରୁଥିଲେ। ଏଥିରେ ଦର୍ଶକ ଖୁସି ହୋଇଯାଉଥିଲେ। ଅଫ୍‌ସାଇଡରେ ଗାଙ୍ଗୁଲି ଭଲ ବ୍ୟାଟିଂ କରୁଥିଲେ। ସେଥିପାଇଁ କିଛି ଦର୍ଶକ ତାଙ୍କୁ ଭଗବାନ ବୋଲି ମଧ୍ୟ କହୁଥିଲେ।

ସମ୍ବନ୍ଧିତ ଖବର