ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ) ନିର୍ବାଚନ ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବ। ସେହିଭଳି ସବୁ ରାଜ୍ୟସଂଘର ନିର୍ବାଚନ ସେପ୍ଟେମ୍ବର ୧୪ ସୁଦ୍ଧା ଶେଷ ହେବ। ଜୁନ୍ ୩୦ ସୁଦ୍ଧା ବିସିସିଆଇ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବ। ସେହିଭଳି ସିଓଏର ପରାମର୍ଶ ନେଇ ନିର୍ବାଚନ ଖସଡ଼ା ପ୍ରସ୍ତୁତ କରିବା ସହ ଏହାର ବିସ୍ତୃତ ବିବରଣୀ ରାଜ୍ୟସଂଘକୁ ଜଣାଇବ। ଜୁଲାଇ ପହିଲା ସୁଦ୍ଧା ରାଜ୍ୟସଂଘ ନିଜ ନିଜର ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ। ଅଗଷ୍ଟ ୧୪ ସୁଦ୍ଧା ନିର୍ବାଚନ ଅଧିକାରୀ ସଦସ୍ୟ ତାଲିକା, ନିର୍ବାଚନ ଖସଡ଼ା ଓ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ କରିବେ। ସେପ୍ଟେମ୍ବର ୧୪ରେ ରାଜ୍ୟସଂଘ ନିର୍ବାଚନ ଶେଷ ହେବ। ଏହାର ୯ ଦିନ ଭିତରେ ଅର୍ଥାତ୍ ସେପ୍ଟେମ୍ବର ୨୩ ସୁଦ୍ଧା ରାଜ୍ୟ ସଂଘ ନିଜ ନିଜର ପ୍ରତିନିଧିଙ୍କ ନାମ ବିସିସିଆଇକୁ ପଠାଇବେ। ଯୋଗ୍ୟ ପ୍ରତିନିଧିଙ୍କ ତାଲିକା ପ୍ରସ୍ତୁତି ସେପ୍ଟେମ୍ବର ୩୦ରେ ଶେଷ ହେବ। ଅକ୍ଟୋବର ୨୨ରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡର ପ୍ରତୀକ୍ଷିତ ନିର୍ବାଚନ ଶେଷ ହେବ।
ଅମିକସ୍ କ୍ୟୁରି ପିଏସ୍ ନରସିଂମାଙ୍କ ପରାମର୍ଶ ପରେ ମଙ୍ଗଳବାର ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ଏହି ସୂଚନା ଦେଇଛି। ସିଓଏର ସମସ୍ତ ତିନି ସଦସ୍ୟ (ମୁଖ୍ୟ ବିନୋଦ ରାଏ, ଡାଏନା ଏଡୁଲ୍ଜୀ ଓ ରବି ଥୋଡ୍ଗେ) ମଙ୍ଗଳବାର ଏକ ବୈଠକରେ ଏକତ୍ରିତ ହୋଇଥିଲେ। ଏହା ପରେ ୩୦ ରାଜ୍ୟ ସଂଘ ଲୋଧା ସଂସ୍କାର ଲାଗୁ କରିସାରିଥିଲା ବେଳେ ଅନ୍ୟମାନେ ସଂଶୋଧନ ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ସମିତିର ମୁଖ୍ୟ ବିନୋଦ ରାଏ ସୂଚନା ଦେଇଥିଲେ। ପ୍ରଶାସନିକ ସଂକଟ ଦୃଷ୍ଟିରୁ ପ୍ରାୟ ୨ ବର୍ଷ ଧରି ପ୍ରଭାବିତ ହେବା ପରେ ବିସିସିଆଇ ନିର୍ବାଚନ ତାରିଖ ସ୍ଥିର ହୋଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରା ନିଯୁକ୍ତ ହେବା ପରେ ମୋର ଭୂମିକା ଜଣେ ରାତ୍ରି ଜଗୁଆଳୀର ଥିଲା। ଏହି ଭୂମିକାରେ ମୁଁ ବହୁ ଦିନ ରହିଲିଣି। ଏବେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସଂଘ ଦେଶରେ କ୍ରିକେଟ୍ ପରିଚାଳନା ଭାର ନେଲେ ଭଲ ବୋଲି ରାଏ କହିଥିଲେ।
ବିସିସିଆଇ ନିର୍ବାଚନ ଅକ୍ଟୋବର ୨୨ରେ
ସେପ୍ଟେମ୍ବର ୧୪ ସୁଦ୍ଧା ରାଜ୍ୟ
/sambad/media/post_attachments/wp-content/uploads/2019/05/bcci-logo-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)