ବିସିସିଆଇ ନୂଆ ସମ୍ବିଧାନ ପଞ୍ଜିକୃତ

ଚେନ୍ନାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଙ୍ଗଳବାର ତା’ ନୂଆ ସମ୍ବିଧାନକୁ ଚେନ୍ନାଇସ୍ଥିତ ତାମିଲନାଡୁ ରେଜିଷ୍ଟାର ଅଫ୍‌ ସୋସାଇଟିରେ ପଞ୍ଜିକୃତ କରିଛି। ଗତ ୯ ତାରିଖରେ ଉଚ୍ଚତମ ନ୍ୟୟାଳୟ ୪ ସପ୍ତାହ ମଧ୍ୟରେ ନୂଆ ସମ୍ବିଧାନକୁ ପଞ୍ଜିକରଣ କରିବା ଲାଗି ବିସିସିଆଇକୁ ନିର୍ଦେଶ ଦେଇଥିଲେ। ଲୋଧା ସମିତି ସୁପାରିସ ଆଧାରରେ ଏହି ନୂଆ ସମ୍ବିଧାନ ପ୍ରସ୍ତୁତ ହୋଇଛି। ବିସିସିଆଇର ପରିଚାଳନାକୁ ଅଧିକ ସ୍ୱଚ୍ଛ ଏବଂ ଦୁର୍ନୀତି ମୁକ୍ତ କରିବାକୁ ନୂଆ ସମ୍ବିଧାନରେ ଅନେକ ନୂଆ ଧାରାକୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର