ବିସିସିଆଇ: ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ପଦ ଛାଡ଼ିବା ପୂର୍ବରୁ ନିରାଶ

ନୂଆଦିଲ୍ଲୀ: ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ କହିଥିଲେ ଯେ, ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଚୟନ କମିଟିର କାର୍ଯ୍ୟକାଳ ଶେଷ ହୋଇ ଯାଇଛି। ଏବେ ଭବିଷ୍ୟତ ପାଇଁ ନୂଆ ଚୟନ କମିଟି ବଛାଯିବ। ଏମ୍‌ଏସ୍‌କେ ପ୍ରସାଦ ଏବେ ଏହାରି ଉପରେ ନିରବ ଅଛନ୍ତି। ସେ କହିଛନ୍ତି ଯେ, ଚୟନ କମିଟିର ଚେୟାରମ୍ୟାନ ଥାଇ ଭାରତୀୟ ଟିମ୍‌ର ଦକ୍ଷିଣ ଆଫିକା ଓ ଇଂଲଣ୍ଡରେ ଟେଷ୍ଟ ଶୃଙ୍ଖଳା ଜିତି ନ ପାରିବା ତାଙ୍କ ପାଇଁ ଏକ ଅବଶୋଷ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏମ୍‌ଏସ୍‌କେ ପ୍ରସାଦ କହିଛନ୍ତି, ମୋ ମତରେ ୩ ବର୍ଷ ହେବ ଭାରତୀୟ ଟିମ୍‌ ଟେଷ୍ଟ କ୍ରିକେଟରେ ୧ ନମ୍ବରରେ ରହିବା ମୋତେ ସବୁଠାରୁ ଅଧିକ ସନ୍ତୁଷ୍ଟ ପ୍ରଦାନ କରିଛି। ଆମେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଶୃଙ୍ଖଳା ଜିତିଛୁ। ଅଷ୍ଟ୍ରେଲିଆରେ ଟେଷ୍ଟ ଶୃଙ୍ଖଳା ଜିତିବା ନିଶ୍ଚିତ ଭାବେ ସବୁଠାରୁ ବଡ଼ ଖୁସିର ବିଷୟ। ଏମ୍‌ଏସ୍‌କେ ପ୍ରସାଦ ଓ ଗଗନ ଖେଡାଙ୍କୁ ୨୦୧୫ରେ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଥିଲା। ଜତିନ ପରାଞ୍ଜପେ, ସଂଦୀପ ସିଂହ ଓ ଦେବାଙ୍ଗ ଗାନ୍ଧୀ ୨୦୧୬ରେ ତାଙ୍କ ସହିତ ଜଡ଼ିତ ହୋଇଥିଲେ।

ସମ୍ବନ୍ଧିତ ଖବର