ମୁଖ୍ୟଚୟନକର୍ତାଙ୍କୁ ୧ କୋଟି ଦେବ ବିସିସିଆଇ

ମୁମ୍ବାଇ: ବିସିସିଆଇ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟଚୟନକର୍ତାଙ୍କ ଦରମା ବଢ଼ାଇବାକୁ ଯାଉଛି। ତାଙ୍କ ସହ ସ୍କୋରର, ଅମ୍ପାୟାର ଏବଂ ଭିଡିଓ ବିଶ୍ଳେଷକଙ୍କ ଦରମା ବି ବଢ଼ିବ। ସବା କରିମଙ୍କ ଅଧ୍ୟକ୍ଷତାରେ ଗଠିତ କ୍ରିକେଟ୍‌ ପରିଚାଳନା ଶାଖା ଏଭଳି ନିଷ୍ପତ୍ତି ନେଇଛି। ବିସିସିଆଇର ପରିଚାଳନା ଲାଗି ଉଚ୍ଚତମ ନ୍ୟାୟାଳୟ ଗଠନ କରିଥିବା ପ୍ରଶାସନିକ ସମିତି ମଧ୍ୟ ଏହି ନିଷ୍ପତ୍ତି ସପକ୍ଷରେ ଅଛି। ସଂପ୍ରତି ଜାତୀୟ ଦଳର ମୁଖ୍ୟ ଚୟନକର୍ତାଙ୍କ ବାର୍ଷିକ ୮୦ ଲକ୍ଷ ଏବଂ ଅନ୍ୟ ଚୟନକର୍ତାଙ୍କୁ ୬୦ ଲକ୍ଷ ଟଙ୍କା ମିଳୁଛି। ବେତନ ବୃଦ୍ଧି ପରେ ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦଙ୍କୁ ବାର୍ଷିକ ପାଖାପାଖି ୧ କୋଟି ଟଙ୍କା ମିଳିବ। ଅନ୍ୟ ଚୟନକର୍ତାମାନେ ୭୫ରୁ ୮୦ ଲକ୍ଷ ଟଙ୍କା ରୋଜଗାର କରିବେ। ସେପଟେ ସ୍କୋରର, ଅମ୍ପାୟାର ଏବଂ ଭିଡିଓ ବିଶ୍ଳେଷକ ଦରମା ପାଖାପାଖି ଦୁଇଗୁଣ ହୋଇଯିବ।

ସମ୍ବନ୍ଧିତ ଖବର