ବିସିସିଆଇ କର୍ମଚାରୀଙ୍କ ଦରମା ବଢ଼ିବନି

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ବିଶ୍ୱର ସବୁଠୁ ଧନୀ କ୍ରୀଡ଼ା ଅନୁଷ୍ଠାନ। ଗତ ଆର୍ଥିକ ବର୍ଷରେ ୨୫,୦୦୦ କୋଟିରୁ ଊର୍ଧ୍ୱ ଆୟ କରିଛି। କିନ୍ତୁ ଏହାର କର୍ମଚାରୀଙ୍କ ଦରମା ଏଥର ବଢ଼ିବ ନାହିଁ ବୋଲି ସୂଚନା ମିଳିଛି। ବିସିସିଆଇର ଦରମା ତାଲିକାରେ ପ୍ରାୟ ୧୦୦ ଜଣ ରହିଛନ୍ତି। ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଥିବା କ୍ରିକେଟ୍‌ ସେଣ୍ଟର୍‌ ଏହା ସଦର ମହକୁମା। କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆଇପିଏଲ୍‌ ଦାୟିତ୍ୱରେ ଥିବା ୬ ଜଣ କର୍ମଚାରୀ ଏବଂ ଅବଶିଷ୍ଟଙ୍କ ମଧ୍ୟରେ ଶୀତଳଯୁଦ୍ଧ କାରଣରୁ ଏଭଳି ପରିସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର