ପୁଲଓ୍ଵାମା ଆକ୍ରମଣ ଘଟଣାରେ ସହିଦ ପରିବାରକୁ ଅତି କମ୍‌ରେ ୫ କୋଟି ଟଙ୍କା ଦେଉ ବିସିସିଆଇ: ସିକେ ଖନ୍ନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ନିର୍ବାହୀ ଅଧ୍ୟକ୍ଷ ସିକେ ଖନ୍ନା ରବିବାର ପ୍ରଶାସକ ସମିତି ପ୍ରମୁଖ ବିନେଦ ରାୟଙ୍କ ନିକଟରେ ଅପିଲ କରିଛନ୍ତି, ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ପରିବାରଙ୍କୁ ସାହାଯ୍ୟ ପାଇଁ ଅତିକମ୍‌ରେ ୫ କୋଟି ଟଙ୍କା ସ୍ୱୀକୃତି ଦିଅନ୍ତୁ।

ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ବୀରେନ୍ଦ୍ର ସେହେଓ୍ଵାଗ ପୂର୍ବରୁ ଶନିବାର ଘୋଷଣା କରିଛନ୍ତି ଯେ, ସେ ସହିଦ ପରିବାରର ପିଲା ଯଦି ଆବେଦନ କରନ୍ତି, ତା’ହେଲେ ତାଙ୍କର’ ସେହେଓ୍ଵାଗ ଇଣ୍ଟରନ୍ୟାସନାଲ ସ୍କୁଲ’ରେ ମାଗଣାରେ ଶିକ୍ଷା ଦେବାର ବ୍ୟବସ୍ଥା କରିବେ। ବିଦର୍ଭର ବରିଷ୍ଠ ଟିମ୍‌ ଘୋଷଣା କରିଛି ଯେ, ନିଜର ଇରାନୀ କପ୍‌ ଟ୍ରଫିର ବିଜୟ ପୁରସ୍କାର ରାଶି ସହିଦ ପରିବାରକୁ ଦାନ କରିବ।

ଖନ୍ନା ସିଓଏ, ପଦାଧିକାରୀ ଏବଂ ରାଜ୍ୟ ଶାଖା ମାନଙ୍କୁ ଚିଠି ଲେଖି କହିଛନ୍ତି, ଆମେ ଦୁଃଖରେ ଅଛୁ ଏବଂ ନିଜର ସାଥୀ ଭାରତୀୟମାନଙ୍କ ସହିତ ଘୃଣିତ ପୁଲଓ୍ଵାମା ଆକ୍ରମଣକୁ ନିନ୍ଦା କରୁଛୁ। ସହିଦ ପରିବାର ପ୍ରତି ଆମେ ସମବେଦନା ଜଣାଉଛୁ। ସେ ଲେଖିଛନ୍ତି, ମୁଁ ପ୍ରଶାସକ ସମିତିକୁ ନିବେଦନ କରୁଛି, ବିସିସିଆଇକୁ ଉପଯୁକ୍ତ ସରକାରୀ ଏଜେନ୍ସି ମାଧ୍ୟମରେ ସହିଦ ସେନା ପରିବାର ଲାଗି ଅତି କମରେ ୫ କୋଟି ଟଙ୍କା ଦାନ ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର