ବିସିସିଆଇର ବିଜୟ: କ୍ରିକେଟର୍‌ଙ୍କ ଡୋପ୍‌ ପରୀକ୍ଷା କରିବନି ନାଡ଼ା

ନୂଆଦିଲ୍ଲୀ: ବିସିସିଆଇ ବ୍ୟାପାରରେ ସରକାରଙ୍କ ହସ୍ତକ୍ଷେପକୁ ବୋର୍ଡ ସମ୍ଭବତଃ ସଫଳତାର ସହ ଏଡ଼ାଇ ଦେଇଛି। କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ କ୍ରିକେଟରଙ୍କ ଡୋପ୍‌ ପରୀକ୍ଷା ନାଡା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍‌ସୀ) କରିବ ନାହିଁ। ଫଳରେ ନାଡ଼ା ଅଧୀନକୁ ବିସିସିଆଇକୁ ଆଣିବାକୁ ହୋଇଥିବା ପ୍ରୟାସ ବିଫଳ ହୋଇଛି। କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପ୍ରସଙ୍ଗରେ ବିସିସିଆଇ, କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନାଡା ମଧ୍ୟରେ ବହୁ ପତ୍ରବିନିମୟ ହୋଇଥିଲେ ମଧ୍ୟ ଶେଷରେ ବିସିସିଆଇର ଜିତ୍‌ ହୋଇଛି। ମନ୍ତ୍ରଣାଳୟ ଶେଷରେ ସ୍ୱୀଜରଲାଣ୍ଡ୍‌ର ଘରୋଇ ସଂସ୍ଥା ଆଇଡିଟିଏମ (ଇଣ୍ଟରନ୍ୟାସନାଲ ଡୋପିଂ ଟେଷ୍ଟ୍‍ ଆଣ୍ଡ୍‌ ମ୍ୟାନେଜମେଣ୍ଟ)ର ନମୂନାକୁ ଗ୍ରହଣ କରିବାକୁ ମଧ୍ୟ ପଞ୍ଜିକୃତ କରିଛି। କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କ୍ରିକେଟ୍‌ରଙ୍କ ଡୋପ୍‌ ଟେଷ୍ଟ୍‍ କରିବାକୁ ମନ୍ତ୍ରଣାଳୟର କୌଣସି ଯୋଜନା ନାହିଁ। ଗତ ଅକ୍ଟୋବରରେ ଓ୍ଵାଡା (ବିଶ୍ୱ ଆଣ୍ଡି ଡୋପିଂ ଏଜେନ୍‌ସୀ) ବିସିସିଆଇକୁ ନିର୍ଦେଶକ ଦେବାକୁ ଆଇସିସିକୁ ଅନୁରୋଧ କରିଥିଲା। ନଚେତ୍‌ ନାଡାର ସ୍ୱୀକୃତିକୁ ଓ୍ଵାଡାରକୁ ପ୍ରତ୍ୟାହାର କରିନିଆଯିବ ବୋଲି ଧମକ ମିଳିଥିଲା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର୍‌ ମଧ୍ୟ ନାଡ଼ା ଉପରେ ବିଶ୍ୱାସ ରଖିବାକୁ ମତ ଦେଇଥିଲେ। ସବୁ ଅନୁରୋଧ ପ୍ରସ୍ତାବକୁ ପଛରେ ପକାଇ ବିସିସିଆଇ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିବା ସହିତ ବିଜୟ ପାର୍ଶ୍ୱରେ ରହିଲା।

ସମ୍ବନ୍ଧିତ ଖବର