୧୩୬ ବର୍ଷର କୀତିମାନ ଭାଙ୍ଗିଲେ ସମୁଲିଆନ୍‌

ଅକ୍‌ଲାଣ୍ଡ୍‌: ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ବ୍ରାଡ୍‌ ସମୁଲିଆନ୍‌ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣକୁ ସ୍ମରଣୀୟ କରିଛନ୍ତି। ସେଣ୍ଟ୍ରାଲ୍‌ ଡିଷ୍ଟ୍ରିକ୍ଟସ୍‌ ଏବଂ ନର୍ଦନ୍‌ ଡିଷ୍ଟ୍ରିକ୍ଟସ୍‌ ମଧ୍ୟରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ସମୁଲିଆନ୍‌ (୨୦୩) ଦ୍ୱିଶତକ ହାସଲ କରି ୧୩୬ ବର୍ଷ ତଳର କୀର୍ତିମାନକୁ ଭାଙ୍ଗି ଦେଇଛନ୍ତି। ସମୁଲିଆନ୍‌ଙ୍କ ପୂର୍ବରୁ ୧୮୮୦-୮୧ରେ କାଣ୍ଟରବରିର ଜର୍ଜ ଓ୍ଵାଟ୍‌ସନ୍‌ ୧୭୫ ରନ୍‌ କରି ପଦାର୍ପଣରେ ସର୍ବାଧିକ ସ୍କୋର୍‌ କରିବାର ନ୍ୟୁଜିଲାଣ୍ଡ୍‌ କୀର୍ତିମାନ କରିଥିଲେ। ନର୍ଦନ୍‌ ଡିଷ୍ଟ୍ରିକ୍ଟସ୍‌ର ପ୍ରଥମ ପାଳି ସ୍କୋର୍‌ ୪୩୯/୫ (ଘୋଷିତ) ଜବାବରେ ସମୁଲିଆନ୍‌ଙ୍କ ଏହି କୀର୍ତିମାନଭରା ସ୍କୋର୍‌ ବଳରେ ସେଣ୍ଟ୍ରାଲ୍‌ ଡିଷ୍ଟ୍ରିକ୍ଟସ୍‌ ୩୧୭/୭ ପ୍ରଥମ ପାଳି ଘୋଷଣା କରିଥିଲା। ୧୨୨ ରନ୍‌ରେ ଆଗୁଆ ରହି ନର୍ଦନ ଦଳ ୧୮୧/୯ ଦ୍ୱିତୀୟ ପାଳି ଘୋଷଣା କରିଥିଲା। ୩୦୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ସେଣ୍ଟ୍ରାଲ ଦଳ ୭ ଓ୍ଵିକେଟ୍‌ ହରାଇ ୨୨୩ ରନ୍‌ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ସମୁଲିଆନ୍‌ ୪ ରନ୍‌ କରିବାକୁ ସମର୍ଥ ହୋଇଥିଲେ। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ନର୍ଦନ ଦଳ ୭ ଏବଂ ସେଣ୍ଟ୍ରାଲ୍‌ ୫ ପଏଣ୍ଟ୍‌ ପାଇଛି।

ସମ୍ବନ୍ଧିତ ଖବର