ବେଦାନ୍ତ ମହିଳା ଲିଗ୍‌ ଜିତିଲା ପାନ୍‌ଜିମ୍‌ ଡଲ୍‌ଫିନ

ମାପୁସା (ଗୋଆ): ଜିଏଫ୍‌ଏ-ବେଦାନ୍ତ ମହିଳା ଲିଗ୍‌ ଫୁଟ୍‌ବଲ୍‌ର ଉଦ୍‌ଘାଟନୀ ସଂସ୍କରଣରେ ପାନ୍‌ଜିମ୍‌ ଡଲ୍‌ଫିନ୍‌ସ ବିଜେତା ହୋଇଛି । ମାପୁସାର ଦୁଲେର ଷ୍ଟାଡ଼ିୟମରେ ରବିବାର ଫାଇନାଲ୍‌ ମ୍ୟାଚ୍‌ରେ ଡଲ୍‌ଫିନ୍‌ସ ଦଳ ୪-୩ ପେନାଲ୍‌ଟି ଗୋଲ୍‌ରେ ଏସ୍‌ସିସି କାଭେଲୋସିମ୍‌ ଏସ୍‌ଓଡ଼ବ୍ଲୁଏସ୍‌କୁ ପରାସ୍ତ କରି ଟ୍ରଫି କରାୟତ କରିଛି। ନିର୍ଧାରିତ ସମୟ ଗୋଲ୍‌ଶୂନ୍ୟ ରହିଥିବା ଏହି ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଅଧିନାୟିକା ମାଇକେଲ କାଷ୍ଟାନା, ଲିଣ୍ଡା କାଲାଡା, କରିସ୍ମା ଶିରଭୋଇକାର ଓ ରେମେଡ଼ିଆନା ନୋରନା ବିଜୟୀ ଦଳ ପକ୍ଷରୁ ଗୋଲ୍‌ କରିଥିଲା ବେଳେ ସୁସ୍ମିତା ଯାଦବ, ସିନ୍ଥିଆ ଲୋବୋ ଓ ନେଭିଲା କୋଲାକୋ କାଭେଲୋସିମ୍‌ ପକ୍ଷରୁ ଗୋଲ୍‌ କରିଥିଲେ ।

ଅନ୍ୟପକ୍ଷରେ ଗୋଆ ଲୋ ସେଣ୍ଟ୍‌ସ ଦଳକୁ ୧-୦ ଗୋଲ୍‌ରେ ପରାସ୍ତ କରି କାନ୍‌କୋଲିମ୍‌ ଓ୍ଵାରିୟର୍ସ ତୃତୀୟ ସ୍ଥାନ ଅଧିକାର କରିଥିଲା। ଏକମାତ୍ର ଗୋଲ୍‌ଟି ଭାଲାଙ୍କା ଡି ସୁଜା କରିଥିଲେ। ଗୋଆ କାରମେଲ୍‌ କନ୍‌ଭେଣ୍ଟ କଲେଜର ଅଧ୍ୟକ୍ଷ ଡ. ମାରିଆ ଆରାଧନା, ବିଧାୟକ ଗ୍ଲେନ୍‌ ଟିକ୍‌ଲୋ, ପୁରୁଖା ଭାରତୀୟ ଫୁଟ୍‌ବଲ ଖେଳାଳି ଆଦିତି ଚୌହାନ, ସେସା ଫୁଟ୍‌ବଲ୍‌ ଏକାଡେମି ସଭାପତି ଅନନ୍ୟା ଅଗ୍ରଓ୍ଵାଲ୍‌ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର