ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କୁ ବିଶ୍ବ କ୍ରିକେଟ୍ର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ କହିବାରେ କିଛି ଦ୍ବିଧା ନାହିଁ। ଏହି ଭଦ୍ରଲୋକଙ୍କ ଖେଳରେ ସେ ଏକାଧିକ କୀର୍ତ୍ତିମାନକୁ ନିଜ ନାମରେ ରଖିଛନ୍ତି। କିନ୍ତୁ ଏହି ମହାନ ଖେଳାଳି ଠିକ୍ ୧୧ ବର୍ଷ ତଳେ ଆଜିର ଦିନରେ ହିଁ ଟେଷ୍ଟ୍ କ୍ରିକେଟ୍ର ଅଗ୍ରଣୀ ରନ୍ ସ୍କୋରର୍ ହୋଇଥିଲେ ଯାହାକୁ ସେ ଏ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରଖିଛନ୍ତି। ୩୦ ବର୍ଷ ତଳେ ମାତ୍ର ୧୬ ବର୍ଷ ବୟସରେ ଟେଷ୍ଟ୍ କ୍ରିକେଟ୍କୁ ଆସିଥିବା ସଚିନ ଶେଷରେ ଅବସର ବେଳକୁ ମାଷ୍ଟର୍ ବ୍ଲାଷ୍ଟର୍ ମୁକୁଟ ନେଇ ଫେରିଥିଲେ। ଏବେ ବି ସଚିନଙ୍କ ନାମରେ ସର୍ବାଧିକ ଦିନିକିଆ (୪୯) ଏବଂ ଟେଷ୍ଟ୍ (୫୧) ଶତକର ବିଶ୍ବ କୀର୍ତ୍ତିମାନ ରହିଛି। ଉଭୟ ଫର୍ମାଟରେ ବି ଅଗ୍ରଣୀ ରନ୍ ସ୍କୋରର୍। ୨୦୦୮ ମସିହାରେ ମୋହାଲିରେ ଆଜିର ଦିନରେ (ଅକ୍ଟୋବର ୧୭)ରେ ସଚିନ ୱେଷ୍ଟଇଣ୍ଡିଜ୍ର ମହାନ ବାମହାତୀ ବ୍ୟାଟସମ୍ୟାନ୍ ବ୍ରାଏନ୍ ଲାରାଙ୍କୁ ଅତିକ୍ରମ କରିଥିଲେ। ସେପର୍ଯ୍ୟନ୍ତ ପ୍ରିନ୍ସ ଅଫ୍ ତ୍ରିନିଦାଦ ଲାରା ୧୧,୯୫୩ ରନ୍ ସହିତ ଶୀର୍ଷରେ ରହିଥିଲେ। ଏହାର ପୂର୍ବ ବର୍ଷ ହିଁ ଲାରା ଅବସର ନେଇଥିଲେ। ୨୦୧୩ ମସିହାରେ ସଚିନ ଅବସର ବେଳକୁ ଟେଷ୍ଟ୍ କ୍ରିକେଟ୍ରେ ୧୫,୯୨୧ ରନ୍ କରିଥିଲେ। ଏବେ ବି ଏହା ଶୀର୍ଷରେ ରହିଛି। ଠିକ୍ ୨୦୦ ଟେଷ୍ଟ୍ ଖେଳି ସେ ଅବସର ନେଇଥିଲେ। ସେହିଭଳି ୪୬୩ ଦିନିକିଆ ଖେଳି ସେ ୧୮,୪୨୬ ରନ୍ କରିବା ମଧ୍ୟ ତାଙ୍କୁ ଶୀର୍ଷରେ ରଖିଛି।
ବ୍ରାଏନ୍ ଲାରାଙ୍କୁ ଅତିକ୍ରମ କରି ୧୧ ବର୍ଷ ତଳେ ସଚିନ ହୋଇଥିଲେ ଅଗ୍ରଣୀ ସ୍କୋରର୍
/sambad/media/post_attachments/wp-content/uploads/2019/09/Sachin-Tendulkar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)