ମ୍ୟାଚ୍‌ ପୂର୍ବରୁ ହୋଟେଲ୍‌ ଛାଡ଼ିଲେ ସ୍ୱିଡେନ୍‌ ଦଳ

ମସ୍କୋ: ଶନିବାର ଇଂଲଣ୍ଡ ବିପକ୍ଷ କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ ଖେଳିବା ପୂର୍ବରୁ ସ୍ୱିଡେନ୍‌ ଦଳକୁ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଗ୍ନିକାଣ୍ଡ ଘଣ୍ଟି ବାଜି ଉଠିବାରୁ ଦଳର ଖେଳାଳିମାନଙ୍କୁ ସମାରାରେ ଥିବା ହୋଟେଲ୍‌ରୁ ସମ୍ପୂର୍ଣ୍ଣ ଖାଲି ହେବାକୁ ପଡ଼ିଥିଲା। ସ୍ୱିଡେନ୍‌ ଖେଳାଳିମାନେ ନିଜ ନିଜ ରୁମ୍‌ରୁ ବାହାରି ଆସିଥିଲେ। କିନ୍ତୁ ପରେ ଜଣାପଡ଼ିଥିଲା ଏହା ଭୁଲ ଘଣ୍ଟି। ଆଶ୍ୱସ୍ତ ଖେଳାଳିମାନେ ପୁଣି ନିଜ ନିଜ ରୁମ୍‌କୁ ଫେରି ୧୯୯୪ ମସିହା ପରେ ପ୍ରଥମ କ୍ୱାର୍ଟରଫାଇନାଲ୍‌ ପାଇଁ ପ୍ରସ୍ତୁତି କରିଥିଲେ। ସକାଳ ସାଢ଼େ ୮ଟାରେ ଏହି ଭୁଲ ଘଣ୍ଟି ବାଜି ଉଠିଥିଲା। ସମସ୍ତ ଖେଳାଳି ଭଲ ମାନସିକତାରେ ଅଛନ୍ତି ବୋଲି ସ୍ୱିଡେନ୍‌ ପ୍ରେସ୍‌ ଅଧିକାରୀ ଷ୍ଟାଫାନ୍‌ ଷ୍ଟେଜର୍ନହୋଲ୍‌ମ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର