୧୬ ବର୍ଷରୁ କମ୍‌ ଜୋନାଲ୍‌ ଶିବିର ପାଇଁ ଶୁଭକାନ୍ତ ମନୋନୀତ

କଟକ: ଓଡ଼ିଶା ରଣଜୀ ଦଳର ଫିଜିଓ ଶୁଭକାନ୍ତ ସାହୁ ୧୬ ବର୍ଷରୁ କମ୍‌ ପୂର୍ବାଞ୍ଚଳ ଜୋନାଲ୍‌ କ୍ରିକେଟ ଏକାଡେମିର ଫିଜିଓ ଭାବେ ନିଯୁକ୍ତି ପାଇଛନ୍ତି। ଝାଡ଼ଖଣ୍ଡରେ ହେବାକୁଥିବା ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୨୦ରୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୧୧ ମସିହାରୁ ଓଡ଼ିଶା ରଜଣୀ ଦଳ ସହିତ ଜଡ଼ିତ ଥିବା ଶୁଭକାନ୍ତ ଓଡ଼ିଶାରୁ ପ୍ରଥମ ଓ ଏକମାତ୍ର ଫିଜିଓ ଭାବେ ୨୦୧୨ ମସିହାରେ ବିସିସିଆଇ ଲେଭଲ୍‌-୧ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ। ଜୋନାଲ୍‌ ଶିବିର ପୂର୍ବରୁ ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ବାଙ୍ଗାଲୋରସ୍ଥିତ ଜୋନାଲ୍‌ କ୍ରିକେଟ ଏକାଡେମିରେ ଏକ କର୍ମଶାଳାରେ ଯୋଗଦେବାକୁ ଶୁଭକାନ୍ତ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର