୨୩ ବର୍ଷରୁ କମ୍‌ ପୂର୍ବାଞ୍ଚଳ ମହିଳା ଟେ୍ଵଣ୍ଟି-୨୦ ପାଇଁ ଓଡ଼ିଶା ଦଳ

କଟକ: ଆସାମର ଗୌହାଟୀଠାରେ ଆସନ୍ତା ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ୨୩ ବର୍ଷରୁ କମ୍‌ ମହିଳା ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଏଥିପାଇଁ ସୋମବାର ୧୫ଜଣିଆ ଓଡ଼ିଶା ଦଳ ଘୋଷଣା ହୋଇଛି। ୧୭ ତାରିଖରେ ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲକୁ ଓଡ଼ିଶା ଭେଟିବ। ସେହିପରି ୧୮ ତାରିଖରେ ଆସାମ, ୨୦ରେ ତ୍ରିପୁରା, ୨୩ରେ ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ମ୍ୟାଚ ଖେଳିବ। ନିକଟରେ ଶେଷ ହୋଇଥିବା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ଦୁଇଟି ମ୍ୟାଚ ଜିତି ପୂର୍ବାଞ୍ଚଳର ତୃତୀୟ ସ୍ଥାନରେ ରହିଥିଲା। ଏବେ ଟେ୍ଵଣ୍ଟି-୨୦ରେ ଭଲ ପ୍ରଦର୍ଶନ ପାଇଁ ଓଡ଼ିଶା ଆଶା ରଖିଛି। ଓଡ଼ିଶା ଦଳ: ଅଞ୍ଜଳି ସିଂହ (ଅଧିନାୟିକା), ସୁମିତ୍ରା ସାହୁ, ରାଜଶ୍ରୀ ସ୍ୱାଇଁ, ଡି.ଜାନକି ରେଡ୍ଡୀ, ରିମାଲକ୍ଷ୍ମୀ ଏକ୍କା, ସଙ୍ଗୀତା ଖଡିଆ, ସିଲ୍‌ପା ସ୍ୱାଇଁ, ସସ୍ମିତା ମହାଳିକ, ରଂଜିତା ରଣସିଂହ, ଲୁଇସା ଦାଶ, ପୂର୍ଣ୍ଣିମା ରାୟ, ବର୍ଷାରାଣୀ ସିଂହ, ତରଣା ପ୍ରଧାନ, ପୁନମ ନାୟକ, କୁନି ବଦରା।

ସମ୍ବନ୍ଧିତ ଖବର