୨୩ ବର୍ଷରୁ କମ୍‌ ମହିଳା ଦିନିକିଆ: ଓଡ଼ିଶା-ପଞ୍ଜାବ ମ୍ୟାଚ୍‌ ଟାଇ

କଟକ: ​ସୁରଟରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ଓ ପଞ୍ଜାବ ମ୍ୟାଚ୍‌ ଟାଇ ହୋଇଛି। ଓଡ଼ିଶାର ୧୧୫ ରନ୍‌ ଜବାବରେ ପଞ୍ଜାବ ମଧ୍ୟ ସମାନ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ଫଳରେ ଦୁଇ ଦଳଙ୍କ ଭିତରେ ୨ ପଏଣ୍ଟ ଲେଖାଏଁ ବାଣ୍ଟି ଦିଆଯାଇଛି। ଟସ୍‌ ଜିତି ଓଡ଼ିଶା ବ୍ୟାଟି˚ କରିଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ୨୭, ଅଞ୍ଜଳି ସି˚ହ ୨୯, କାଜଲ ଜେନା ୧୪, ମୋନାଲିସା ରାଉତ ୧୩, ରୀମାଲକ୍ଷ୍ମୀ ଏକ୍କା ୧୨ ରନ୍‌ କରି ଆଉଟ ହୋଇଥିଲେ। ପଞ୍ଜାବର ରଜନୀ ଦେବୀ ୩, ଅମନଜୋତ କୌର, ସୁନୀତା ରାଣୀ ଓ ମନପ୍ରୀତ କୌର ୨ ଲେଖାଏଁ ଵିକେଟ୍‌ ନେଇଥିଲେ। ୧୧୬ ରନ୍‌ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଯଦିଓ ପ୍ରାରମ୍ଭିକ ଵିକେଟ୍‌ ହରାଇଥିଲା ତଥାପି ଛୋଟଛୋଟ ଭାଗୀଦାରି ଯୋଗୁଁ ଦଳ ବିଜୟ ନିକଟତର ହୋଇଥିଲା। କିନ୍ତୁ ନିୟମିତ ଅନ୍ତରାଳରେ ଵିକେଟ୍‌ ଝଡ଼ିଯିବାରୁ ପରେ ସ˚ଘର୍ଷ କରିବାକୁ ପଡ଼ିଥିଲା। ହେଲେ ପଞ୍ଜାବକୁ ୧୧୫ ରନ୍‌ରେ ସୀମିତ ରଖିବାରେ ଓଡ଼ିଶା ବୋଲରମାନେ ସକ୍ଷମ ହୋଇଥିଲେ। ସୁଶ୍ରୀ ସର୍ବାଧିକ ୪ ଵିକେଟ୍‌ ନେଇଥିଲା ବେଳେ ବର୍ଷାରାଣୀ ସି˚ହ ୨, ପୂର୍ଣ୍ଣିମା ରାଏ, ଇନ୍ଦ୍ରାଣୀ ଛତ୍ରିଆ ଗୋଟିଏ ଲେଖାଏଁ ଵିକେଟ୍‌ ପାଇଥିଲେ। ଶୁକ୍ରବାର ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ରେ ବେଙ୍ଗଲକୁ ଭେଟିବ। ବତ୍ତର୍ମାନ ସୁଦ୍ଧା ଓଡ଼ିଶା ୭ ମ୍ୟାଚ୍‌ରୁ ୨ ବିଜୟ, ୪ ପରାଜୟ ଓ ୧ ଟାଇ ସହ ୧୦ ପଏଣ୍ଟ ପାଇ ଏଲିଟ୍‌ ଗ୍ରୁପ୍‌ ଏ’ର ସପ୍ତମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର