୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ଓଡ଼ିଶାର ବିଜୟ ଜାରି

ଭୁବନେଶ୍ବର: ଗୋଆରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା‌ରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍‌ରେ ୧୩୯ ରନ୍‌ରେ ବିଦର୍ଭକୁ ହରାଇଥିବା ଓଡ଼ିଶା ମଙ୍ଗଳବାର ୨ ୱିକେଟ୍‌ରେ ତାମିଲନାଡ଼ୁକୁ ପରାସ୍ତ କରିଛି। ତାମିଲନାଡ଼ୁ ଅଧିନାୟିକା ଏସ୍‌ବି କୀର୍ଥାନା (୭୬ ରନ୍‌)ଙ୍କ ଅପରାଜିତ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ବିନିମୟରେ ୧୬୨ ରନ୍‌ କରିଥିଲା। ଓଡ଼ିଶା ପକ୍ଷରୁ ଶୁଭ୍ରା ନିର୍ଝରିଣୀ ସ୍ବାଇଁ ୨ ଏବଂ ଇନ୍ଦ୍ରାଣୀ ଛତ୍ରିଆ ଓ ସୋନାଲି ହେମ୍ବ୍ରମ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ୪୮.୪ ଓଭରରେ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସ୍ବିଟ୍‌ ବେଉରା ଅପରାଜିତ ୪୪ ରନ୍‌ ଏବଂ ପୁନମ ନାୟକ ୩୩ ଓ ତରନା ପ୍ରଧାନ ୨୨ ରନ୍‌ କରିଥିଲେ। ତାମିଲନାଡ଼ୁ ପକ୍ଷରୁ କେଏନ୍‌ ରାମ୍ୟଶ୍ରୀ ୩ ୱିକେଟ୍‌ ପାଇଥିଲେ। ଗୁରୁବାର ଓଡ଼ିଶା ପରବର୍ତୀ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ଭେଟିବ।

ସମ୍ବନ୍ଧିତ ଖବର