୨୩ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ : ବିଜୟରୁ ଓଡ଼ିଶାର ଅଭିଯାନ

ଭୁବନେଶ୍ବର: ଚଳିତ ୨୩ ବର୍ଷରୁ କମ୍‌ ମହିଳା କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌-ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍‌ରେ ମଧ୍ୟପ୍ରଦେଶକୁ ୮ ୱିକେଟ୍‌ରେ ପରାସ୍ତ କରିଥିଲା। ରାଜକୋଟରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ମଧ୍ୟପ୍ରଦେଶ ପ୍ରଥମେ ବ୍ୟା‌ଟିଂ କରିଥିଲା। ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ବିନିମୟରେ ୮୯ ରନ୍‌ କରିଥିଲା। ଆଂଶୁଲା ରାୟ ୨୫ ରନ୍‌ରେ ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ଲୌଇସା ଦାଶ ୨ ଓ ଇନ୍ଦ୍ରାଣୀ ଛତ୍ରିଆ ଗୋଟିଏ ୱିକେଟ୍‌ ନେଇଥିଲେ। ଜବାବରେ ଓଡ଼ିଶା ୨ ୱିକେଟ୍‌ ହରାଇ ୧୮.୨ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। କାଜଲ ଜେନା (୪୨*) ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ (୩୨*) ଅପରାଜିତ ରହି ଓଡ଼ିଶାକୁ ଏହି ସହଜ ବିଜୟ ଦେଇଥିଲେ। ଅଞ୍ଜଳି ସିଂହ (୪) ଏବଂ ରାଣୀ ଟୁଡ଼ୁ (୩) ଆଉଟ୍‌ ହୋଇଥିଲେ। ବୁଧବାର ଓଡ଼ିଶା ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ରେ ମିଜୋରାମକୁ ଭେଟିବ।

ସମ୍ବନ୍ଧିତ ଖବର