ଭାଗ୍ୟଧର ଟ୍ରଫି: କିଶୋର କ୍ଲବ୍‌ ବିଜୟୀ

ଭୁବନେଶ୍ବର: ସିଟି କ୍ଲବ୍‌ ଓ ଏସ୍‌ଜିଓ ନୟାପଲ୍ଲୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମଇଦାନରେ ଚାଲିଥିବା ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ‌ମଙ୍ଗଳବାର ମ୍ୟାଚ୍‌ରେ ଭୁବନେଶ୍ବରର କିଶୋର କ୍ଲବ୍‌ ୩-୦ ଗୋଲ୍‌ରେ ଅନୁଗୁଳର ନାଲ୍‌କୋକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ସନ୍ତୋଷ ବେହେରା (୫ ମିନିଟ୍‌), ରାଇସେନ ଟୁଡ଼ୁ (୩୮ ମିନିଟ୍‌) ଏବଂ ଶଶିକାନ୍ତ ସାଣ୍ଡେଲ (୮୦ ମିନିଟ୍‌) ଗୋଟିଏ ‌ଲେଖାଏଁ ଗୋଲ୍‌ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଶରତ ଚନ୍ଦ୍ର ବିଶ୍ବାଳ ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରାଇସେନ ଟୁଡ଼ୁଙ୍କୁ ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଦୁର୍ଗା ଆଚାର୍ଯ୍ୟ, ସୁଶାନ୍ତ କୁମାର ମିଶ୍ର, ସୁଜିତ ପାତ୍ର, ଶେଖୱାତ୍‌ ଖାନ୍‌ (ଚତୁର୍ଥ ରେଫରି) ପରିଚାଳନା କରିଥିଲେ। ବୁଧବାର କଟକର ସ୍ପୋର୍ଟ୍ସ ହଷ୍ଟେଲ ଓ ଭୁବନେଶ୍ବରର କ୍ଲବ୍‌-୭୩ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର