ଭାଗ୍ୟଧର ଟ୍ରଫି, ଫାଇନାଲ୍‌ରେ କିଶୋର କ୍ଲବ୍‌

ଭୁବନେଶ୍ବର: ସିଟି କ୍ଲବ୍‌ ଓ ଏସ୍‌ଜିଓ ନୟାପଲ୍ଲୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମଇଦାନରେ ଚାଲିଥିବା ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭୁବନେଶ୍ବରର କିଶୋର କ୍ଲବ୍‌ ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଛି। ଗୁରୁବାର ପ୍ରଥମ ସେମିଫାଇନାଲ୍‌ରେ କିଶୋର କ୍ଲବ୍‌ ୨-୦ ଗୋଲ୍‌ରେ ୟୁନାଇଟେଡ୍‌ କ୍ଲବ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଦୁଇଟି ଯାକ ଗୋଲ୍‌ ଦେଇଥିବା ପ୍ରଶାନ୍ତ ନାୟକ (୬୦, ୬୯ ମିନିଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମୁଖ୍ୟ ଅତିଥି ନବରଂଜନ ପଟ୍ଟନାୟକ ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ଶିବଶଙ୍କର ପଣ୍ଡା, ସୁଜିତ କୁମାର ପାତ୍ର, ଦୁର୍ଗା ଆଚାର୍ଯ୍ୟ ଓ ସୁଶାନ୍ତ କୁମାର ମିଶ୍ର (ଚତୁର୍ଥ ରେଫରି) ପରିଚାଳନା କରିଥିଲେ। ଶୁକବାର ଦ୍ବିତୀୟ ‌ସେମିଫାଇନାଲ୍‌ରେ ଦୁଇ କଟକ ଦଳ ମଙ୍ଗଳା କ୍ଲବ୍‌ ଓ କ୍ରୀଡ଼ା ଛାତ୍ରାବାସ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର