ଭରତ ‘ଭୁବନେଶ୍ବର କୁମାର’

ଭୁବନେଶ୍ବର: ରାମେଶ୍ବର କ୍ଲବ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସୁନ୍ଦର ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଣା ଭୁବନେଶ୍ବରସ୍ଥିତ ବଉଳଳାଗଡ଼ର ବିଏମ୍‌ସି ଜିମ୍‌ର କୁମାର ଗୗରବ ପ୍ରଥମ ସ୍ଥାନ ଅଧିକାର କରି ‘ଭୁବନେଶ୍ବର କୁମାର ୨୦୧୯’ ସମ୍ମାନରେ ସମ୍ମାନିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ଜେନା, ଓମ୍‌କାର ଦାସମହାପାତ୍ର, ସୋନୁ, ବିକ୍ରମ ମହାରାଣାଳ ପ୍ରିୟବ୍ରତ ଦାସ, ବିଚିତ୍ର ନାୟକ, ଅବିନାଶ ଷଣ୍ଢ, ପ୍ରମ‌ୋଦ କୁମାର ସ୍ବାଇଁ ଏବଂ ଜଗଜିତ ମହାପାତ୍ର ଯଥାକ୍ରମ‌େ ଦ୍ବିତୀୟରୁ ଦଶମସ୍ଥାନରେ ପୁରସ୍କୃତ ହୋଇଥିଲେ। ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ତତ୍ବାବଧାନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ସୁରେଶ କୁମାର ମନ୍ତ୍ରୀ, ପ୍ରତିଷ୍ଠାତା ସଭ୍ୟ ସୁରେଶ କୁମାର ରାଉତରାୟ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର