ରାଜକୋଟ: ମୁମ୍ବାଇ ପ୍ରଥମ ଦିନିକିଆ ବେଳେ ମସ୍ତିଷ୍କାଘାତର ଶିକାର ହୋଇଥିବା ଋଷଭ ପନ୍ତ୍ ଦଳରୁ ବାଦ୍ ପଡ଼ିବା ପରେ ତାଙ୍କ ବଦଳରେ ସଂରକ୍ଷିତ ୱିକେଟ୍ରକ୍ଷକ ଭାବେ ଆନ୍ଧପ୍ରଦେଶର ଶ୍ରୀକର ଭରତଙ୍କୁ ଡକରା ମିଳିଛି। ଶୁକ୍ରବାର ଦ୍ବିତୀୟ ଦିନିକିଆ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଲୋକେଶ ରାହୁଲ ପ୍ରଥମ ମ୍ୟାଚ୍ ଭଳି ଶୁକ୍ରବାର ମ୍ୟାଚ୍ରେ ବି ୱିକେଟ୍ରକ୍ଷଣ କରିଥିଲେ। ହେଲେ ଦଳର ଆବଶ୍ୟକତା ପଡ଼ିଲେ ଭରତ ଏହି ଦାୟିତ୍ବ ତୁଲାଇପାରିବେ ବୋଲି କୁହାଯାଇଛି। ଭରତ ମଧ୍ୟ ଶୁକ୍ରବାର ଦଳ ସହ ଯୋଗଦେଇଥିଲେ ଏବଂ ଟସ୍ ପଡ଼ିବା ପୂର୍ବରୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।
ଭରତ ଗତ କିଛି ବର୍ଷଧରି ଭାରତ-ଏ ପାଇଁ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି। ସେ ୭୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩୭.୬୬ ହାରରେ ୪୧୪୩ ରନ୍ କରିଥିଲା ବେଳେ ୫୧ ଲିଷ୍ଟ୍-ଏ ମ୍ୟାଚ୍ରେ ୧୮.୧୪ ହାରରେ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ପାଖାପାଖି ୭୦ ରହିଛି। ହେଲେ ସଞ୍ଜୁ ସାମ୍ସନ୍ଙ୍କ ପାଇଁ ସେ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇପାରୁନଥିଲେ। ଏବେ ପନ୍ତ୍ଙ୍କ ଆହତ ଓ ସଞ୍ଜୁ ବାଦ୍ ପଡ଼ିବା ପରେ ତାଙ୍କୁ ସୁଯୋଗ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/PAnt-Bharat.jpg)