ଭାରତୀୟ ବିଶ୍ୱବିଦ୍ୟାଳୟ ଚେସ୍‌ ଦଳରେ ଆକାଂକ୍ଷା, ସିଦ୍ଧାନ୍ତ

ଭୁବନେଶ୍ୱର: ଭାରତୀୟ ବିଶ୍ୱବିଦ୍ୟାଳୟ ଚେସ୍‌ର ୮ ଜଣିଆ ଦଳରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ କିଟ୍‌ ଛାତ୍ରୀ ଆକାଂକ୍ଷା କବି ଏବଂ ଫକିର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ର ସିଦ୍ଧାନ୍ତ ମହାପାତ୍ର ସାମିଲ ଅଛନ୍ତି। ପୁଣି ଏହି ଦଳର ନେତୃତ୍ୱ ନେଉଛନ୍ତି କିଟ୍‌ର ଆନ୍ତର୍ଜାତୀୟ ଚେସ୍‌ ଖେଳାଳି ଅପରାଜିତା ଗୋଛିକାର। ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ପକ୍ଷରୁ ଏହି ଦଳ ଆଜି କିଟ୍‌ରୁ ବ୍ରାଜିଲ୍‌ ଅଭିମୁଖେ ଗସ୍ତ କରିଛି। ଆସନ୍ତା ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା (ବାଳକ ଓ ବାଳିକା)ରେ ଏହି ଦଳ ଭାଗ ନେବ।

ଅପରାଜିତା ଆନ୍ତର୍ଜାତୀୟସ୍ତରରେ ବହୁ ଚେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। କିଟ୍‌ରେ ଭାରତୀୟ ଦଳର ତାଲିମ୍‌ ଶିବିର ଗତ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର ଚେସ୍‌ ଖେଳାଳି ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ପାଇଁ କିଟ୍‌ ସମେତ ଫକୀରମୋହନ ଓ ଓସ୍‌ମାନିଆ ବିଶ୍ୱବିଦ୍ୟଳୟରୁ ଜଣେ ଲେଖାଏଁ ଛାତ୍ର ଓ ପୁନେସ୍ଥିତ ଏସ୍‌ଭି ପୁନେ ବିଶ୍ୱବିଦ୍ୟାଳୟର ୨ ଛାତ୍ର ଓ ୩ ଛାତ୍ରୀ ମନୋନୀତ ହୋଇଛନ୍ତି। ବ୍ରାଜିଲ୍‌ ଗସ୍ତ ପୂର୍ବରୁ ଏହି ଖେଳାଳିମାନଙ୍କୁ ସୋମବାର କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ।

ସମ୍ବନ୍ଧିତ ଖବର