ଭାରତୀୟ ଲିଗ୍‌ ବିଜେତା ରାଇଜିଂ ଖେଳାଳିଙ୍କୁ ୧୦ ହଜାର ଲେଖାଏଁ

କଟକ: ସମ୍ପ୍ରତି ମେଘାଳୟର ସିଲଂରେ ଶେଷ ହୋଇଥିବା ଭାରତୀୟ ମହିଳା ଫୁଟବଲ୍‌ ଲିଗ୍‌ର (ଆଇଡବ୍‌ଲ୍ୟୁଏଲ୍‌)ର ନୂତନ ବିଜେତା ରାଇଜିଂ ଷ୍ଟୁଡେଣ୍ଟସ୍‌ର ପ୍ରତ୍ୟେକ ଦଳୀୟ ସଦସ୍ୟଙ୍କ ପାଇଁ ରାଜ୍ୟ ଫୁଟବଲ୍‌ ସଂଘ ଫାଓ ପ୍ରୋତ୍ସାହନ ରାଶି ଘୋଷଣା କରିଛି। ଦଳର ୧୯ ଜଣ ଖେଳାଳି ଓ ୩ ପ୍ରଶିକ୍ଷକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି। ନିକଟ ଭବିଷ୍ୟତରେ ଏକ ଉତ୍ସବର ଆୟୋଜନ କରାଯାଇ ଏହି ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାକୁ ଫାଓ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ମହିଳା ଲିଗ୍‌ ଫାଇନାଲ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୬-୫ ପେନାଲ୍‌ଟି ସୁଟ ଆଉଟରେ ପୂର୍ବ ବର୍ଷର ବିଜେତା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌କୁ ପରାସ୍ତ କରିଥିଲା। ସୂଚନାଯୋଗ୍ୟ, ଗତବର୍ଷ ରାଇଜିଂ ଉପ ବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର