ମ୍ୟୁନିଚ୍: ଜର୍ମାନି ଟେନିସ୍ ତାରକା ଆଲେକ୍ସାଣ୍ଡର ଭେରଭ୍ ମ୍ୟୁନିକ୍ ଓପନ୍ ଟ୍ରଫି ଜିତି ଫ୍ରେଞ୍ଚ୍ ଓପନ୍ ପୂର୍ବରୁ ନିଜକୁ ପ୍ରସ୍ତୁତ କରି ନେଇଛନ୍ତି। ରବିବାର ଫାଇନାଲ୍ରେ ସେ ନିଜ ଦେଶର ଫିଲିପ୍ କୋଲ୍ସ୍ରେଇବର୍ଙ୍କୁ ୬-୩, ୬-୩ ସିଧାସଳଖ ସେଟ୍ରେ ହରାଇ ଏହି ଟ୍ରଫି ପୁଣି ଥରେ ନିଜ ପାଖରେ ରଖିଥିଲେ। ଗତ ବର୍ଷ ଫ୍ରେଞ୍ଚ୍ ଓପନ୍ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭେରଭ୍ଙ୍କ ଏହା ଚଳିତ ବର୍ଷର ପ୍ରଥମ ଏବଂ ସପ୍ତମ ଏଟିପି ଟ୍ରଫି। ଏହି ୨୧ ବର୍ଷୀୟ ଜର୍ମାନୀ ତାରକା ଗତ ଏପ୍ରିଲ୍ରେ ମଣ୍ଟେ କାର୍ଲୋ ମାଷ୍ଟର୍ସର ସେମିଫାଇନାଲ୍ରେ ପହଞ୍ଚିଥିଲେ।