ଭୁବନେଶ୍ୱର ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ଦଳ ଚୟନ ବୁଧବାର

ଭୁବନେଶ୍ୱର: ଅନ୍ତଃ ଜିଲ୍ଲା ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଭୁବନେଶ୍ୱର ଦଳ ଚୟନ ପାରାମାଉଣ୍ଟ ସ୍ପୋର୍ଟିଂ ପଡ଼ିଆରେ ବୁଧବାର ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବାକୁ ଇଚ୍ଛୁକ ଥିବା ଖେଳାଳିମାନେ ସେମାନଙ୍କ ଜନ୍ମଗତ ପ୍ରମାଣପତ୍ର ସହ ଜୟନ୍ତ ଜେନା (୯୪୩୭୦୨୬୪୦୩)ଙ୍କୁ ସିଧାସଳଖ ଦେଖା କରିବାକୁ ଭୁବନେଶ୍ୱର ଦୌଡ଼କୁଦ ସଂଘର ସଂପାଦକ ସୌର୍ଯ୍ୟ ରଞ୍ଜନ ପରିଜା ଏବଂ କ୍ରିକେଟ୍‌ ସଂପାଦକ ଅଶୋକ ପାତ୍ର ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର