ଭିନୁ ମଙ୍କଡ଼ ଟ୍ରଫିରେ ରେକ୍ସଙ୍କ ହ୍ୟାଟ୍ରିକ୍‌

ପୁଡ଼ୁଚେରି ୨୩ରେ ଅଲ୍‌ଆଉଟ୍‌

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ରେଳବାଇ ଷ୍ଟାଡିୟମରେ ଖେଳାଯାଇଥିବା ଭିନୁ ମଙ୍କଡ ଟ୍ରଫିରେ ପୁଡ଼ୁଚେରି ଅଲୋଡ଼ା କୀର୍ତିମାନ କରିଛି। ଏହି ଦଳ ମଣିପୁର ବିପକ୍ଷରେ ମାତ୍ର ୯.୪ ଓଭର୍‌ରେ ୨୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପଡ଼ୁଚେରିର ବିପକ୍ଷ ଦଳର ଅତିରିକ୍ତ (୨୩) ରନ୍‌କୁ ଅତିକ୍ରମ କରିବାକୁ ସକ୍ଷମ ହୋଇନଥିଲା। ମାତ୍ର ୨ ଜଣ ବ୍ୟାଟ୍ସମ୍ୟାନ୍‌ ମୋନାର୍କ ଗୋଏଲ୍‌ (୧) ଓ ସୁଗାଦେବ (୬) ରନ୍‌ କରିବାକୁ ସକ୍ଷମ ହୋଇଥିଲା ବେଳେ ଅତିରିକ୍ତରୁ ୧୬ ରନ୍‌ ମିଳିଥିଲା। ମଣିପୁର ପକ୍ଷରୁ ଦ୍ରୁତ ବୋଲର ରେକ୍ସ ମ୍ୟାଚ୍‌ର ଦ୍ବିତୀୟ ଓଭର୍‌ରେ ହ୍ୟାଟ୍ରିକ୍‌ ସହ ୪ ୱିକେଟ୍‌ ନେଇ ପଡ଼ୁଚେରିକୁ ପାଣି ପିଆଇଥିଲେ। ଶେଷକୁ ରେକ୍ସ ‌ଚମତ୍କାର ବୋଲିଂ ଚିତ୍ର ୪.୪-୨-୩-୮ ସଫଳତା ପାଇଥିଲା ବେଳେ ତାଙ୍କ ସାଥୀ ବୋଲର ବିଦାସ ଗୋଟିଏ ୱିକେଟ୍‌ ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ମଣିପୁର ୪୪.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୬୬ ରନ୍‌ କରିଥିଲା। ଶୁଭମ ଚୌହାନ ୭୪ ଏବଂ ହ୍ରିତିକ କ‌‌ାନୋଜିଆ ୨୪ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର