ସଚ୍ଚିନ ତେନ୍ଦୁଲକରଙ୍କ ଏହି କଥା ମନେପକାଇ କାନ୍ଦିବାକୁ ଲାଗିଲେ ଶ୍ରୀସନ୍ଥ! କହିଲେ; ସେ ହିଁ କେବଳ…

ମୁମ୍ବାଇ : ବିଗ୍‌ବସ୍‌ ସିଜିନ୍‌ ୧୨ରେ ଏବେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ଶ୍ରୀସନ୍ଥ । ଖୁବ୍‌ ଚତୁରତାର ସହିତ ସେ ଆଗକୁ ବଢ଼ୁଥିବା ବେଳେ ତାଙ୍କର ଅନେକ ରୂପ ସେ ଏହି ସୋ’ ମାଧ୍ୟମରେ ଦେଖାଇ ସାରିଛନ୍ତି । ଯାହା ତାଙ୍କୁ ଆଜି ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ବନାଇ ପାରିଛି । ପୂର୍ବରୁ ସେ ନିଜ ସହ ଜଡ଼ିତ ଅନେକ ରାଜର ଖୁଲାସା କରିଥିବା ବେଳେ ଗତ ସୋମବାର ସେ କ୍ରିକେଟ ଜଗତର ଭଗବାନ ସଚ୍ଚିନ ତେନ୍ଦୁଲକରଙ୍କୁ ମନେ ପକାଇ କାନ୍ଦିଥିବା ଦେଖାଯାଇଥିଲା । ଓ୍ଵାର୍ଲଡ଼୍‍ କପ୍‌ ପରର ଏକ ଘଟଣାକୁ ମନେ ପକାଇ ସେ କାନ୍ଦିବାକୁ ଲାଗିଥିଲେ ।

ତାଙ୍କ କହିବା ଅନୁଯାୟୀ, ଓ୍ଵାର୍ଲଡ୍‍ କପ୍‌ରେ ତାଙ୍କ ନାଁ କେହି ନେଇ ନ ଥିବା ବେଳେ କେବଳ ସଚ୍ଚିନ ତେନ୍ଦୁଲକର ହିଁ ତାଙ୍କ ନାଁ ନେଇଥିଲେ । ୨୦୧୧ରେ ହୋଇଥିବା ଏକ ସାକ୍ଷାତକାରରେ କେହି ମୋ ନାଁ ନେଇ ନ ଥିବା ବେଳେ କେବଳ ସଚ୍ଚିନ ତେନ୍ଦୁଲକର ହିଁ ମୋ ନାଁ ନେଇ ମୁଁ ଭଲ ପ୍ରଦର୍ଶନ କରିଛି ବୋଲି କହିଥିଲେ । ମୁଁ ତାଙ୍କ ଠାରୁ ଏହି କଥା ଶୁଣି ବହୁତ କାନ୍ଦିଥିଲି । କୌଣସି କ୍ରିକେଟର ହାତରୁ ଯଦି କ୍ରିକେଟକୁ ହିଁ ଛଡ଼ାଇ ନିଆଯାଏ । ତେବେ ସେ କ୍ରିକେଟରର ବଞ୍ଚିବା କଠିନ ହୋଇଯାଏ । ଏବେ ମୋର ଅବସ୍ଥା ସେପରି କଠିନ ବୋଲି ଶ୍ରୀସନ୍ଥ ପ୍ରତିଯୋଗୀ ତଥା ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ କହୁଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର