ଭୁବନେଶ୍ବର: ପୋଖରୀପୁଟଠାରେ ଆୟୋଜିତ ବିହାରୀଲାଲ ଜେନା ସ୍ମାରକୀ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାକୁ ଆୟୋଜକ ବିହାରୀଲାଲ୍ ଫାଇଟର୍ସ ଜିତି ନେଇଛି। ବୁଧବାର ଫାଇନାଲ୍ରେ ସହିଦ ସ୍ପୋର୍ଟିଂକୁ ୧୦୦ ରନ୍ରେ ଫାଇଟର୍ସ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବିହାରୀଲାଲ ୮ ୱିକେଟ୍ ବିନିମୟରେ ୧୬୧ ରନ୍ କରିଥିଲା। ଦେବାଶିଷ ସାମନ୍ତରାୟ ୬୧ ଏବଂ ସୁଜିତ ଲେଙ୍କା ୪୯ ରନ୍ କରିଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୬୧ ରନ୍ରେ ସମସ୍ତ ୱିକେଟ୍ ହରାଇ ପରାଜୟ ବରଣ କରିଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ୩ ଓ ଦେବାଶିଷ ସାମନ୍ତରାୟ ୨ ୱିକେଟ୍ ନେଇଥିଲେ। ଦେବାଶିଷ ସାମନ୍ତରାୟ ଫାଇନାଲ୍ ଏବଂ ଶୁଭମ ଶତ୍ରୁଜିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଶ୍ରେଷ୍ଠ ବୋଲର ଏବଂ ସୁଜିତ ଲେଙ୍କା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ପୁରସ୍କାର ପାଇଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ରଶ୍ମୀ ରଂଜନ ପରିଡ଼ା, ପିଣ୍ଟୁ ନନ୍ଦ, ମନୋଜ ବିଶ୍ବାଳ, ଅକ୍ଷୟ ଜେନା, କକିଳ ଗ୍ରୁପ୍ ଏମ୍ଡି ହୃଦୟ ବଲ୍ଲଭ ସାମନ୍ତରାୟ ଓ ଶିବାସ ବଲ୍ଲଭ ସାମନ୍ତରାୟ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।