ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବେଙ୍ଗଲ ୨୮୯/୬

କଟକ: ନିମପୁର ପଡ଼ିଆରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ମଙ୍ଗଳବାରଠୁ ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବେଙ୍ଗଲ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଷ୍ଟମ୍ପ ଅପସାରଣ ବେଳକୁ ୬ଓ୍ଵିକେଟ ବିନିମୟରେ ୨୮୯ ରନ୍‌ ସଂଗ୍ରହ କରିଥିଲା। ଟସ୍‌ ଜିତି ଓଡ଼ିଶା ବୋଲିଂ କରିଥିଲା। ବେଙ୍ଗଲର ଶ୍ରୀଦମ୍‌ ପଲ୍‌ ୧୩୧ ରନ୍‌ରେ ଅପରାଜିତ ଥିବାବେଳେ ହ୍ରିତୁରାଜ ଘୋଷ ରାଏ ୨୫, ପରଭେଜ୍‌ ସୁଲତାନ ୧୮, ତନ୍ମୟ ଦାସ ୬୮, ଅନନ୍ଦ ଭୌମିକ ୩, ରାଜୀବ ହୁସେନ୍‌ ୩୪ ରନ୍‌ କରି ଆଉଟ ହୋଇଛନ୍ତି। ଓଡ଼ିଶା ପକ୍ଷରୁ ସୁଶୀଲ ବାରିକ ୨, ବିକାଶ ନାଏକ ୨, ଶୁଭମଶ୍ରୀ, ସୁରଜ ବେହେରା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର