ବିଜୟ ମର୍ଚାଣ୍ଟ ଟ୍ରଫି: ଓଡ଼ିଶାକୁ ୧ ପଏଣ୍ଟ

ଭୁବନେଶ୍ବର: କଟକର ସନସାଇନ୍ ପଡ଼ିଆରେ ଚାଲିଥିବା ୧୬ ବ‌ର୍ଷରୁ କମ୍ ଅନ୍ତଃଜିଲ୍ଲା ବିଜୟ ମର୍ଚାଣ୍ଟ ଟ୍ରଫି କ୍ରିକେଟରେ ଝାଡ଼ଖଣ୍ଡ ବିପକ୍ଷ ମ୍ୟା‌ଚ୍‌କୁ ଅମୀମାଂସିତ ରଖି ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ପ୍ରତିକୂଳ ପାଗ କାରଣରୁ ଦ୍ବିତୀୟ ଦିନ ଖେଳ ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ଏହି ମ୍ୟାଚ୍‌ରୁ ଫଳାଫଳ ନ ବାହାରିବା ଅନ୍ୟତମ କାରଣ ହୋଇଛି। ଝାଡ଼ଖଣ୍ଡର ପ୍ରଥମ ପାଳି ୩୧୫ ରନ୍ ଜବାବରେ ଓଡ଼ିଶା ‌େସାମବାର ୫୮/୦ରୁ ଖେଳିଥିଲେ ମଧ୍ୟ ୨୨୭ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରାରମ୍ଭିକ ଯୋଡ଼ି ସଙ୍କେତ ବେହେରା (୨୫) ଏବଂ ବିଶ୍ବଜିତ ପାତ୍ର (୨୦)ଙ୍କ ପରେ ୩ ନମ୍ବର ବିଶ୍ବ ବିଭବ ମୁଦୁଲି (୬୨, ୧୩୧ ବଲ, ୧୩‌ ଚୌକା) ଏବଂ ୱିକେଟରକ୍ଷକ ଦୀନେଶ ମାଝୀ (୩୭, ୧୮୭ ବଲ, ୩ ଚୌକା) କେବଳ ‌େଧ‌ୖର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଝାଡ଼ଖଣ୍ଡ ପକ୍ଷରୁ ଅଭିଷେକ ଯାଦବ ୫ ଏବଂ ହର୍ଷ ଡି‌ ‌େଗୗତମ ୩ ୱିକେଟ୍ ନେଇଥିଲେ। ତୃତୀୟ ତଥା ଶେଷ ଦିନ ଖେଳ ବନ୍ଦ ବେଳକୁ ଝାଡ଼ଖଣ୍ଡ ଦ୍ବିତୀୟ ପାଳିରେ ବିନା କ୍ଷତିରେ ୩୧ ରନ୍ କରିଥିଲା। ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଝାଡ଼ଖଣ୍ଡ ୩ ପଏଣ୍ଟ୍ ପାଇଥିଲା।

ସମ୍ବନ୍ଧିତ ଖବର