ବିଜୟ ମର୍ଚାଣ୍ଟ ଟ୍ରଫି: ଓଡ଼ିଶା ୯ ୱିକେଟରେ ପରାସ୍ତ

ଭୁବନେଶ୍ବର: କୋଲକାତାର ସଲଟ ଲେକ୍ ଷ୍ଟାଡିୟମରେ ଚାଲିଥିବା ବିଜୟ ମର୍ଚାଣ୍ଟ ଟ୍ରଫି ୧୬ ବ‌ର୍ଷରୁ କମ୍ ଅନ୍ତଃରାଜ୍ୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶାକୁ ଘରୋଇ ବେଙ୍ଗଲା ୯ ୱିକେଟରେ ହରାଇ ଦେଇଛି। ଓଡ଼ିଶା ଦ୍ବିତୀୟ ପାଳିରେ ପ୍ରଥମ ୱିକେଟ୍‌ ପାଇଁ ୯୨ ରନ୍ ପାଇଥିଲେ ମଧ୍ୟ ୧୭୦ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରାରମ୍ଭିକ ଯୋଡ଼ି ପ୍ରିନ୍ସ ସଙ୍କେତ ବେହେରା (୪୩, ୧୩୭ ବଲ, ୮ ଚୌକା) ଏବଂ ବିଶ୍ବଜିତ ପାତ୍ର (୪୫, ୧୧୫ ବଲ, ୯ ଚୌକା) ଆଉଟ୍ ହେବା ପରେ ଅନ୍ୟ କେହି ଅଧିକ ସମୟ ରହିନଥିଲେ। ଅଂଶୁମାନ ସାହୁ ୨୬ ରନ୍ କରିପାରିଥିଲେ। ସିଦ୍ଧାର୍ଥ ସିଂହ ଏବଂ ରାହୁଲ ଚୌଧୁରୀ ୩-୩ ୱିକେଟ୍ ନେଇଥିଲେ। ଏହା ପରେ ଅଧିନାୟକ ତୌଫିକ ଉଦ୍ଦିନ ମଣ୍ଡଳ (୮୦*, ୬୯ ବଲ, ୭ ଚୌକା, ୫ ଛକା) ବିସ୍ଫୋରକ ଅର୍ଧଶତକ ହାସଲ କରି ବେଙ୍ଗଲକୁ ବିଜୟୀ କରାଇଥିଲେ। ବେଙ୍ଗଲ ୧ ୱିକେଟରେ ୧୧୨ ରନ୍ ସଂଗ୍ରହ କରି ନେଇଥିଲା।ଏକମାତ୍ର ୱିକେଟ୍‌ ଗତକାଲି ୬ ୱିକେଟ୍ ନେଇଥିବା ଆଶୁତୋଷ ଛୁରିଆଙ୍କୁ ମିଳିଥିଲା।

ସମ୍ବନ୍ଧିତ ଖବର