ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିଭାଂଶୁଙ୍କ ଶତକରେ ଓଡ଼ିଶା ଆଗୁଆ

କଟକ: ବିଭାଂଶୁ ରାୟଙ୍କ ଆକର୍ଷଣୀୟ ଶତକ ବଳରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ପାଳି ଅଗ୍ରଣୀ ପାଇଛି। ତ୍ରିପୁରାର ୧୨୮ ରନ୍ ଜବାବରେ ଓଡ଼ିଶା ପ୍ରଥମ ପାଳିରେ ୨୩୦ ରନ୍ ସଂଗ୍ରହ କରିଛି। ଦ୍ବିତୀୟ ଦିନରେ ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ। ହେଲେ ବିଭାଂଶୁ ଏକାକି ସଂଘର୍ଷ କରି ୨୦୦ ବଲ୍‌ରେ ୧୧୧ ରନ୍ କରିଥିଲେ। ତ୍ରିପୁରାର ରାହୁଲ ଘୋଷ ୩, ଅର୍କଜିତ ଦାସ, ଦୀପ୍ତାନୁ ଚକ୍ରବର୍ତ୍ତୀ, ସାହିଲ ସୁଲତାନ ୨ଟି ଲେଖାଏଁ ୱିକେଟ୍‌ ପାଇଥିଲେ। ଦ୍ବିତୀୟ ପାଳିରେ ଘରୋଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫ ଓ୍ବିକେଟ୍ ବିନିମୟରେ ୬୧ ରନ ସଂଗ୍ରହ କରିଛି। ରମେଶ ମେଲେକା ଓ ସୂର୍ଯ୍ୟ ମହାପାତ୍ର ୨ ଲେଖାଏଁ ଏବଂ ଶ୍ରେଷ୍ଠ ସିଂହ ୧ ଓ୍ବିକେଟ ପାଇଛନ୍ତି।

ସମ୍ବନ୍ଧିତ ଖବର