ବିଜେନ୍ଦ୍ରଙ୍କ ସହ ଲଢ଼ିବେ ଫିଲ୍ଡିଙ୍ଗ୍‌

ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୁଦ୍ଧା ବିଜେନ୍ଦର ସିଂହ ସୁପର ମିଡିଲ୍‌େଓ୍ଵଟ୍‌ ମୁକୁଟ ଲାଗି ବ୍ରିଟିସ୍‌ ତଥା ରାଜ୍ୟଗୋଷ୍ଠୀ ସୁପର ମିଡିଲ୍‌େଓ୍ଵଟ୍‌ ବିଜେତା ରକି ଫିଲ୍ଡିଙ୍ଗ୍‌ଙ୍କ ସହ ଲଢ଼ିବେ। ଏହି ଲଢ଼େଇ ଆସନ୍ତା ବର୍ଷ ମାର୍ଚ ୩୦ ତାରିଖରେ ଲଣ୍ଡନ୍‌ରେ ହେବ ବୋଲି ମଙ୍ଗଳବାର ରାଜ୍ୟଗୋଷ୍ଠୀ ମୁଷ୍ଟିଯୁଦ୍ଧ ପରିଷଦ ପକ୍ଷରୁ ସୂଚନା ମିଳିଛି। ଫିଲ୍ଡିଙ୍ଗ୍‌ ଗତ ସେପ୍ଟେମ୍ବରରେ ଲିଭରପୁଲ୍‌ରେ ଆୟୋଜିତ ମୁକାବିଲାରେ ଡେଭିଡ୍‌ ବ୍ରୋଫିଙ୍କୁ ମାତ୍‌ ଦେଇ ଭାରତୀୟ ଅଲିମ୍ପିକ୍ସ ପଦକ ବିଜେତାଙ୍କ ସହ ଲଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଚଳିତ ବର୍ଷ ଫ୍ରାଙ୍କ୍‌ ଓ୍ଵାରେନ୍‌ଙ୍କୁ ଧରାଶାୟୀ କରିଥିବା ୩୧ ବର୍ଷୀୟ ବିଜେନ୍ଦରଙ୍କ ପେସାଦାର ମୁଷ୍ଟିଯୁଦ୍ଧରେ ବିଜୟ ପରାଜୟ ବ୍ୟବଧାନ ୯-୦ ରହିଛି। କିନ୍ତୁ ବିଜେନ୍ଦରଙ୍କଠୁ ଫିଲ୍ଡିଙ୍ଗ୍‌ଙ୍କ ଅଭିଜ୍ଞତା ଅଧିକ ରହିଛି। ଫିଲ୍ଡିଙ୍ଗ୍‌ ୨୬ ଲଢ଼େଇରୁ ୨୫ ଜିତିଥିଲା ବେଳେ ଏଥିରୁ ୧୪ ନକ୍‌ଆଉଟ୍‌ ରହିଛି। ୩୦ ବର୍ଷୀୟ ଫିଲ୍ଡିଙ୍ଗ୍‌ ମୁଷ୍ଟିଯୋଦ୍ଧା ଡବ୍ଲୁବିଏ ଅନ୍ତଃମହାଦେଶୀୟ, ରାଜ୍ୟଗୋଷ୍ଠୀ ଏବଂ ଇଂଲିସ୍‌ ସୁପର ମିଡିଲ୍‌େଓ୍ଵଟ୍‌ ମୁକୁଟ କରାୟତ କରିସାରିଛନ୍ତି।

ସମ୍ବନ୍ଧିତ ଖବର