ବିଳାଶ ରାଉତରାୟ ସ୍ମାରକୀ ଫୁଟବଲ୍ ଶନିବାରରୁ

ଭୁବନେଶ୍ବର: ଚତୁର୍ଥ ବିଳାଶ ରାଉତରାୟ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ପୋଖରିପୁଟଠାରେ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୮ ଦଳ ଭାଗ ନେବେ। ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇ ସେମିଫାଇନାଲିଷ୍ଟ ଓ ‌ଫାଇନାଲିଷ୍ଟ ବଛାଯିବ। ପ୍ରଥମ ମ୍ୟାଚ୍‌ରେ ଆରବିଆଇ ଭୁବନେଶ୍ବରକୁ ଗଣ୍ଡରପୁର ୟୁନାଇଟେଡ୍ କ୍ଲବ୍ ଭେଟିବ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡ଼ିକ ହେଲେ ଆରବିଆଇ ଭୁବନେଶ୍ବର, ଗଣ୍ଡରପୁର ୟୁନାଇଟେଡ୍ କ୍ଲବ୍ କଟକ, ଫ୍ରେଣ୍ଡ୍ସ ପାରାଡାଇଜ୍, ୟଙ୍ଗ ଉତ୍କଳ କଟକ, ମର୍ନିଂ କ୍ଲବ୍ ଖୋର୍ଧା, ଭୁବନେଶ୍ବର ଏକାଦଶ, ଜଗା ୟୁନାଇଟେଡ୍, ଶବର ସ୍ପୋର୍ଟିଂ କ୍ଲବ୍ ଖୋର୍ଧା।

ସମ୍ବନ୍ଧିତ ଖବର