ବିଳାସ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍: ଭୁବନେଶ୍ବର ଏକାଦଶ ବିଜୟୀ

ଭୁବନେଶ୍ବର: ସ୍ଥାନୀୟ ପୋଖରୀପୁଟ ଖେଳ ପଡ଼ିଆରେ ଚାଲିଥିବା ଚତୁର୍ଥ ବିଳାସ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍ ପ୍ରତିଯୋଗିତାର ଚତୁର୍ଥ ଦିବସରେ ମଙ୍ଗଳବାର ମ୍ୟାଚ୍‌ରେ ଭୁବନେଶ୍ବର ଏକାଦଶ ୨-୧ ଗୋଲ୍‌ରେ ଖୋର୍ଧା ମର୍ଣିଂ କ୍ଲବ୍‌କୁ ପରାସ୍ତ କରିଛି। ଭୁବନେଶ୍ବର ଏକାଦଶ ପକ୍ଷରୁ ଦୀପୁ ମୁଡୁରି ଦୁଇଟି ଏବଂ ମର୍ଣିଂ କ୍ଲବ୍‌ ପକ୍ଷରୁ ଚନ୍ଦ୍ରକାନ୍ତ ଗୋଟିଏ ଗୋଲ୍ ଦେଇଥିଲେ। ବିରାଜ କୁମାର ପାତ୍ର ଏବଂ ବିକାଳୀ ଦାସ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅମ୍ପାୟାର ସୁଦୀପ ଦାସ, ସରୋଜ ମହାରଣା, ରାଜୁ ବାରିକ ମ୍ୟାଚ୍‌ ପରିଚାଳନା କରିଥିଲେ। ତୁଷାର ପାତ୍ର, ଟୁଲୁ ଜେନା, ବ୍ରଜକିଶୋର ପାତ୍ର, ନିଳାଦ୍ରୀ ସ୍ବାଇଁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର