ବିନୁ ମଙ୍କଡ଼ ବାତିଲ ମ୍ୟାଚ୍‌ ୧୫ ଓ ୧୭ରେ ଖେଳାଯିବ

କଟକ: ପ୍ରବଳ ବର୍ଷା ଯୋଗୁଁ ଧାନବାଦଠାରେ ଖେଳାଯିବାକୁ ଥିବା ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ଼ ଟ୍ରଫି ଦିନିକିଆ ପ୍ରତିଯୋଗିତା ପ୍ରଭାବିତ ହୋଇଛି। ଗତ ୧୦ ଓ ୧୨ ତାରିଖରେ ଖେଳାଯିବାକୁ ଥିବା ଏହି ଦୁଇଟିଯାକ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ୧୦ ତାରିଖରେ ତ୍ରିପୁରା ଏବଂ ୧୨ ତାରିଖରେ ବିସିସିଆଇ ଏ’ ଦଳ ସହିତ ଓଡ଼ିଶା ମ୍ୟାଚ୍‌ ଖେଳିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ଟସ୍‌ ବି ପଡ଼ି ପାରିନଥିଲା। ତେବେ ଏହି ଦୁଇ ବାତିଲ ମ୍ୟାଚ୍‌ ଆସନ୍ତା ୧୫ ଓ ୧୭ ତାରିଖରେ ଖେଳାଯିବାକୁ ବିସିସିଆଇ ଝାଡ଼ଖଣ୍ଡ କ୍ରିକେଟ ସଂଘକୁ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ପାଣିପାଗ ସୁଧୁରୁଥିବାରୁ ମ୍ୟାଚ୍‌ ଖେଳାଯିବା ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି କୁହାଯାଉଛି। ତେଣୁ ତୃତୀୟ ଓ ଚତୁର୍ଥ ମ୍ୟାଚ୍‌ ପର ଦିନରେ ଗୋଟିଏ ଦିନ ବିରତି ରହୁଥିବାରୁ ଏହା ମଧ୍ୟରେ ବାତିଲ ମ୍ୟାଚ ଗୁଡ଼ିକୁ ଖେଳାଯାଉ ବୋଲି ବିସିସିଆଇ କହିଥିଲା। ଏହା ଉପରେ ବିଚାର କରି ଝାଡ଼ଖଣ୍ଡ ସଂଘ ମଧ୍ୟ ରାଜି ହୋଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର