ଇଟାଲିରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ

ଇଟାଲିରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ବିବାହ ଏବେ ବିଶ୍ୱବ୍ୟାପୀ ଚର୍ଚାରେ ରହିଛି। ସାମାଜିକ ଗଣମାଧ୍ୟମ ସୋମବାରଠାରୁ ଏହି ଯୋଡ଼ିଙ୍କ ଫଟୋକୁ ନେଇ ଉଛୁଳି ଉଠିଥିଲା। ଭାରତୀୟ ଗଣମାଧ୍ୟମ ଓ ଇଟାଲୀ ଗଣମାଧ୍ୟମ ପ୍ରଥମ ପୃଷ୍ଠାରେ ଏହାକୁ ସ୍ଥାନ ଦେଇଥିଲେ। ଲୋକପ୍ରିୟ ଗୀତ ‘ମେରେ ମେହବୁବ, କୟାମତ ହୋଗି’ ଗାଇ କୋହଲି ମଧ୍ୟ ଯୁବ ବର୍ଗଙ୍କ ହୃଦୟ ଜିତିଛନ୍ତି। ଏବେ ସେମାନଙ୍କ ସମ୍ଭାବ୍ୟ ହନିମୁନ୍‌ ସ୍ଥଳକୁ ନେଇ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର