କୋହଲି ହେଲେ ସର୍ବାଧିକ ରନ୍‌ ସଂଗ୍ରହକାରୀ

ରୟାଲ ଚାଲେଞ୍ଜର୍ସ ଅଧିନାୟକ ବିରାଟ କୋହଲି (୪୬୧୯) ମଙ୍ଗଳବାର ନୂଆ କୀର୍ତ୍ତିମାନ କରିଥିଲେ। ସୁରେଶ ରାଇନାଙ୍କୁ ଟପି ଆଇପିଏଲ୍‌ର ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ। ନିଜ ପାଳିର ୩୨ ରନ୍‌ରେ ପହଞ୍ଚିବା ପରେ ହିଁ ସେ ରାଇନା (୪୫୫୮)ଙ୍କୁ ଅତିକ୍ରମ କରି ଯାଇଥିଲେ। ସଂପ୍ରତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା (୪୩୪୫), ଗୌତମ ଗମ୍ଭୀର (୪୨୧୦) ଓ ଡେଭିଡ୍‌ ଓ୍ଵାର୍ନର (୪୦୧୪) ଏହି ତାଲିକାର ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର