ଜନ୍ମଦିନ ବିଶେଷ: କ୍ଷୀର ପିଇବାକୁ ଭଲ ପାଉଥିବା ବୀରୁ ଥିଲେ କିଶୋର କୁମାରଙ୍କ ଜଣେ ବଡ଼ ପ୍ରଶଂସକ

ବୋଲିଂ ସମୟରେ ଗୀତ ଗାଇବାକୁ ଭଲ ପାଉଥିଲେ ବୀରେନ୍ଦ୍ର ସେହେଓ୍ଵାଗ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଧୂରନ୍ଧର ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହେଓ୍ଵାଗ ଶୁକ୍ରବାର ୪୦ ବର୍ଷରେ ପଦାର୍ପଣ କରଇଛନ୍ତି। ସେ ୧୯୭୮ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରଥିଲେ। ଏମିତି ବି କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। ବୀରୁଙ୍କ ବ୍ୟାଟିଂ ଷ୍ଟାଇଲ ନିଶ୍ଚିତ ଭାବରେ ଅନ୍ୟ ଖେଳାଳିଙ୍କ ଠାରୁ ସ୍ୱତନ୍ତ୍ର। ସେ ମନେ କରନ୍ତି ଯେଉଁ ବଲକୁ ଖେଳିବାର ଅଛି, ତାହା ଛକା କିମ୍ବା ଚୌକା ସାହାଯ୍ୟରେ ବାଉଣ୍ଡ୍ରୀ ବାହାରକୁ ପଠାଯିବା ଦରକାର। ବୀରୁଙ୍କ ବ୍ୟାଟିଂ ଶୈଳୀ ନିଆରା। ସେ ଅନେକ ସମୟରେ ଛକା ମାରି ଶତକ, ଦ୍ୱିଶତକ ତଥା ତ୍ରିଶତକ ପୂରା କରିଛନ୍ତି। ଏହି କାରଣରୁ ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ବୀରେନ୍ଦ୍ର ସେହେଓ୍ଵାଗ ସ୍ମରଣୀୟ ହୋଇ ରହିଛନ୍ତି। ଜନ୍ମଦିନ ଅବସରରେ ବିଶେଷ ଉପସ୍ଥାପନା…

  • ସେହେଓ୍ଵାଗଙ୍କୁ ‘ନଜଫଗଡ଼ର ନବାବ’ ଓ ‘ମୁସଲମାନଙ୍କ ସୁଲତାନ’ ସମ୍ବୋଧନ କରାଯାଉଥିଲା। ସେ ଦିଲ୍ଲୀର ନଜଫଗଡ଼ ଅଞ୍ଚଳରେ ରହୁଥିଲେ। ସେହିଭଳି ପାକିସ୍ତାନ ବିପକ୍ଷରେ ମୁଲତାନ ଟେଷ୍ଟରେ ତ୍ରୀ-ଶତକ ହାସଲ କରିଥିଲେ।
  • କ୍ୟାରିୟରରେ ୧୦୪ ଟି ଟେଷ୍ଟ ଓ ୨୫୧ ମ୍ୟାଚ ଖେଳିଥିଲେ। ୧୦୪ ଟେଷ୍ଟର ୧୮୦ ପାଳିରେ ୪୯.୩୪ ହାରରେ ୮୫୮୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨୩ଟି ଶତକ ସାମିଲ ଥିଲା। ୨୫୧ ଦିନିକିଆ ମ୍ୟାଚରେ ସେ ୩୫.୦୫ ହାରରେ ୮୨୭୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୧୫ଟି ଶତକ ସାମିଲ ଥିଲା। ୨୧୯ ତାଙ୍କର ସର୍ବୋଚ୍ଚ ସ୍କୋର। ସେ ୧୯ଟି ଟି-୨୦ ଶତକ ହାସଲ କରିଛନ୍ତି।
  • ପ୍ରଥମ ଶତକ ୧୯୯୯ରେ ପାକିସ୍ତାନ ବିପକ୍ଷରେ, ୨୦୦୧ରେ ପ୍ରଥମ ଟେଷ୍ଟ ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ୨୦୦୬ରେ ପ୍ରଥମ ଟି-୨୦ ମ୍ୟାଚ ଦକ୍ଷିଣ ଆଫ୍ରିକା ସହିତ ଖେଳିଥିଲେ।
  • ବୀରେନ୍ଦ୍ର ସେହେଓ୍ଵାଗ ପ୍ରଥମ ଭାରତୀୟ ଖେଳାଳୀ, ଯାହାଙ୍କ ନାମରେ ଟେଷ୍ଟ ମ୍ୟାଚରେ ତ୍ରିଶକତ ସ୍କୋର ରହିଛି। ଭାରତ ପକ୍ଷରୁ କରୁଣ ନାୟାର ମଧ୍ୟ ତ୍ରିଶତକ ହାସଲ କରିଛନ୍ତି। ସେହେଓ୍ଵାଗ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାର ବିରୋଧରେ ତ୍ରିଶତକ ହାସଲ କରିଥିଲେ।

ଧୂରନ୍ଧର ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହେଓ୍ଵାଗ ଶୁକ୍ରବାର ୪୦ ବର୍ଷରେ ପଦାର୍ପଣ କରଇଛନ୍ତି। ସେ ୧୯୭୮ ଅକ୍ଟୋବର ୨୦ରେ ଜନ୍ମଗ୍ରହଣ କରଥିଲେ। କ୍ରିକେଟ ଦୁନିଆରେ ସଚିନ ତେନ୍ଦୁଲକରଙ୍କୁ ପ୍ରଶଂସକ ‘ଭଗବାନ’ କହୁଥିବା ବେଳେ, ବୀରୁଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲି ପାରି ନାହାନ୍ତି। ବୀରୁଙ୍କ ବ୍ୟାଟିଂ ଷ୍ଟାଇଲ ନିଶ୍ଚିତ ଭାବରେ ଅନ୍ୟ ଖେଳାଳିଙ୍କ ଠାରୁ ସ୍ୱତନ୍ତ୍ର। ସେ ମନେ କରନ୍ତି ଯେଉଁ ବଲକୁ ଖେଳିବାର ଅଛି, ତାହା ଛକା କିମ୍ବା ଚୌକା ସାହାଯ୍ୟରେ ବାଉଣ୍ଡ୍ରୀ ବାହାରକୁ ପଠାଯିବା ଦରକାର। ବୀରୁଙ୍କ ବ୍ୟାଟିଂ ଶୈଳୀ ନିଆରା। ସେହେଓ୍ଵାଗ ପ୍ରଥମ ଭାରତୀୟ ଖେଳାଳୀ, ଯାହାଙ୍କ ନାମରେ ଟେଷ୍ଟ ମ୍ୟାଚରେ ତ୍ରିଶକତ ସ୍କୋର ରହିଛି। ସେହେଓ୍ଵାଗ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାର ବିରୋଧରେ ତ୍ରିଶତକ ହାସଲ କରିଥିଲେ।

  • ପ୍ରଥମ ଟେଷ୍ଟ ମ୍ୟାଚରେ ସେହେଓ୍ଵାଗ ଦକ୍ଷିଣ ଆଫ୍ରିକା ବିରୋଧରେ ୨୦୦୧ରେ ବ୍ଲୋମଫେର୍ଟେନରେ ପ୍ରଥମ ଶତକ(୧୦୫) ଖେଳିଥିଲେ। ଏହି ମ୍ୟାଚରେ ଭାରତ ହାରିଥିଲା।

  • ବୀରୁ କ୍ଷୀର ପିଇବାକୁ ଭାରି ଭଲ ପାଆନ୍ତି। ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଆଶିଷ ନେହେରା ଏକ ସାକ୍ଷାତକାରରେ କହିଥିଲେ, କୋଟାଲା ପଡ଼ିଆରେ ମ୍ୟାଚ ଅଭ୍ୟାସ ପାଇଁ ସେହେଓ୍ଵାଗ ଯେତେବେଳେ ଘରକୁ ଆସୁଥିଲେ, ଟେବୁଲ ଉପରେ ଥିବା କ୍ଷୀର ପିଇ ଦେଉଥିଲେ।
  • ସେହେଓ୍ଵାଗ ଅଫ୍‌ ସ୍ପିନ ବୋଲିଂ କରୁଥିଲେ। ସେ ଟେଷ୍ଟ କ୍ରିକେଟରେ ୪୦ ଓ ଦିନିକିଆରେ ୯୬ଟି ଓ୍ଵିକେଟ ନେଇଥିଲେ।
  • ବର୍ଷ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ବିଜୟୀ ଟିମ୍‌ର ସଦସ୍ୟ ଥିଲେ। ୨୦୧୧ରେ ୫୦ ଓଭର ବିଶ୍ୱକପ ବିଜୟୀ ଟିମର ସଦସ୍ୟ ଥିଲେ। ଏହି ୨ଟି ବିଶ୍ୱକପ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଖେଳାଯାଇଥିଲା।
  • ବୋଲିଂ ସମୟରେ ସେହେଓ୍ଵାଗ ଗୀତ ଗାଉଥିଲେ। ସେ କିଶୋର କୁମାରଙ୍କ ଦ୍ୱାରା ଗୀତଗୁଡ଼ିକର ପ୍ରଶଂସକ ଥିଲେ। ସେ ଆରତୀଙ୍କୁ ବିବାହ କରିଛନ୍ତି ଓ ତାଙ୍କର ୨ଟି ପୁଅ ଅଛନ୍ତି।
ସମ୍ବନ୍ଧିତ ଖବର