ଦ୍ୱିପାକ୍ଷିକ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦: ଭାରତକୁ ୯ ରନ୍‌ରେ ହରାଇଲା ଶ୍ରୀଲଙ୍କା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଦୃଷ୍ଟିହୀନ ଦ୍ୱିପାକ୍ଷିକ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ଶୃଙ୍ଖଳାରେ ଭାରତ ପ୍ରଥମ ପରାଜୟ ବରଣ କରିଛି। ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ଥିବା ଭାରତ ସୋମବାରର ତୃତୀୟ ମୁକାବିଲାକୁ ୯ ରନ୍‌ରେ ହାରି ଯାଇଛି। ଫଳରେ ଶୃଙ୍ଖଳା ବିଜୟର ଭଲ ସୁଯୋଗ ହାତଛଡ଼ା କରିଛି। ଅନ୍ୟପକ୍ଷରେ ତୃତୀୟ ମ୍ୟାଚ୍‌କୁ ଜିତି ଘରୋଇ ଶ୍ରୀଲଙ୍କା ଶୃଙ୍ଖଳାକୁ ଜୀବନ୍ତ ରଖି ପାରିଛି। ଶ୍ରୀଲଙ୍କା ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୯୦ ରନ୍‌ କରିଥିଲା। ଏହାର ଜବାବରେ ଭାରତ ୬ ଓ୍ଵିକେଟ୍‌ ବିନିମୟରେ ୧୮୧ ରନ୍‌ କରି ପାରିଥିଲା। ମଙ୍ଗଳବାର ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ଖେଳାଯିବ। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳା ଲାଗି ଓଡ଼ିଶାର ଲିଙ୍ଗରାଜ ରାଉତରା ଭାରତୀୟ ଦଳରେ ସ୍ଥାନ ପାଇ ଶ୍ରୀଲଙ୍କା ଯାଇଛନ୍ତି।

ସମ୍ବନ୍ଧିତ ଖବର