ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ଓଡ଼ିଶା-୧, ଆନ୍ଧ୍ର-୧

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶକୁ ନେଇ ପ୍ରଥମ ଥର ଲାଗି ଆୟୋଜିତ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳା ୧-୧ ସ୍ଥିତିରେ ରହିଛି। ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଶନିବାର ୨ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୩୫ ରନ୍‌ରେ ଏବଂ ଦ୍ୱିତୀୟରେ ଆନ୍ଧ୍ର ପ୍ରଦେଶ ୬ ଓ୍ଵିକେଟ୍‌ରେ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ସୁଖରାମ ମାଝୀ (୮୮*)ଙ୍କ ଅର୍ଧଶତକ ବଳରେ ୧୭ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା। ଜବାବରେ ଆନ୍ଧ୍ର ପ୍ରଦେଶ ୬ ଓ୍ଵିକେଟ୍‌ ହରାଇ ୧୧୬ ରନ୍‌ କରିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସୁଖରାମଙ୍କୁ ମିଳିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶା ପଙ୍କଜ ଭୁଏ (୫୮) ଓ ସୁଖରାମଙ୍କ ୪୨ ରନ୍‌ ବଳରେ ୪ ଓ୍ଵିକେଟ୍‌ ହରାଇ ୧୬୧ ରନ୍‌ କରିଥିଲା। ଜବାବରେ ଆନ୍ଧ୍ର ପ୍ରଦେଶ ୧୬.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅର୍ଧଶତକ ହାସଲ କରିଥିବା ଟି ଦୁର୍ଗାରାଓ (୬୭*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ରବିବାର ଶେଷ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର