ଦୀପିକାଙ୍କ ବ୍ୟତୀତ ଏହି ୨ ପ୍ରସିଦ୍ଧ ନାୟିକା ଅଭିନୟ ବ୍ୟତୀତ ଖେଳ ସହ ବି ଜଡ଼ିତ

ମୁମ୍ବାଇ: ଆଜିର ଦିନକୁ ଅର୍ଥାତ, ଅଗଷ୍ଟ ୨୯ ତାରିଖକୁ ଭାତର ଜାତୀୟ ଖେଳ ଦିବସ ଭାବେ ପାଳନ କରେ। ଅଲମ୍ପିକ୍‌ରେ ଭାରତ ପାଇଁ ହକି ଖେଳି ଏକାଥରକେ ୩ଟି ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ଜାତୀୟ ଖେଳ ଦିବସ ଭାବେ ଘୋଷଣା କରାଯିବା ପରେ ଭାରତ ଏହି ଦିନକୁ ମାନି ଆସୁଛି।

ଏପରି କିଛି ବଲିଉଡ୍‌ କଳାକାର ଅଛନ୍ତି, ଯେଉଁମାନେ କି ବିଶ୍ୱାସ କରନ୍ତି ଯେ ସେମାନେ ଅଭିନୟ ଦୁନିଆରେ ପାଦ ଦେଇନଥିଲେ ଭଲ ଖେଳାଳୀ ହୋଇପାରିଥାନ୍ତେ। ଆଜି ସେପରି କିଛି ବଲିଉଡ୍‌ ନାୟିକାଙ୍କ ବିଷୟରେ ଆମେ ଆଲୋଚନା କରିବା।

ଦୀପିକା ପାଦୁକୋନ: ‘ପଦ୍ମାବତ୍‌’ ନାୟିକା ଦୀପିକାଙ୍କର ଅଭିନୟ ବ୍ୟତୀତ ବ୍ୟାଡ୍‌ମିଣ୍ଟନ୍‌ ଖେଳରେ ବି ଦକ୍ଷତା ରହିଛି। ସେ ହେଉଛନ୍ତି ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳୀ ପ୍ରକାଶ ପାଦୁକୋନଙ୍କ ଝିଅ। ଦୀପିକା ଜାତୀୟ ସ୍ତରରେ ବ୍ୟାଡମିଣ୍ଟନ ଖେଳିଛନ୍ତି। ଦୀପିକା ବେସ୍‌ବଲ୍‌ ବି ଖେଳି ଜାଣନ୍ତି।

ତାପସୀ ପାନ୍ନୁ: ତାପସୀଙ୍କର ସ୍କ୍ଵାସ ଖେଳରେ ଦକ୍ଷତା ରହିଛି। ଏପରିକି ସେ ନିଜର ଏକ କ୍ଲବ୍‌ କରି କିଛି ଆଗ୍ରହୀ ପିଲାଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଅନ୍ତି। ଗତ କିଛି ବର୍ଷ ହେବ ସେ ଏହି ଖେଳ ଆରମ୍ଭ କରିଛନ୍ତି। ସୁଟିଂ ଓ ପ୍ରମୋସନ୍‌ କାର୍ଯ୍ୟରୁ ସମୟ ପାଇଲେ ସେ ଏହି ଖେଳରେ ନିଜକୁ ବ୍ୟସ୍ତ ରଖନ୍ତି।

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ ଅଶ୍ୱ ଚାଳନାରେ ନିଜର ଦକ୍ଷତା ରଖିଛନ୍ତି। ସେ ଅଶ୍ୱ ଚାଳନା ଶିଖିବା ପାଇଁ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ସେ ଏହାକୁ ଆଗକୁ ଜାରି ରଖିବେ ବୋଲି ମତ ରଖନ୍ତି।

ସମ୍ବନ୍ଧିତ ଖବର