ବୋଲ୍ଟ ବଦଳାଇବେ ପେସା

ଜାମାଇକା: ଜାମାଇକାର ମହାନ ଧାବକ ଉସେନ ବୋଲ୍ଟ ପେସା ବଦଳାଇବେ। ଅନ୍ତର୍ଜାତୀୟ ଦୌଡ଼କୁଦରୁ ଅବସର ନେବା ପରେ ଅଠଟି ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ବୋଲ୍ଟ ଖୁବଶୀଘ୍ର ଫୁଟ୍‌ବଲର ଭାବେ ଜୀବନ ଆରମ୍ଭ କରିବେ। ୩୧ ବର୍ଷୀୟ ବୋଲ୍ଟ ଏହାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଏକ ଫୁଟବଲ୍‌ କ୍ଲବ ସହ ମଧ୍ୟ ସେ ଚୁକ୍ତିି କରି ସାରିଛନ୍ତି। ନିଜେ ବୋଲ୍ଟ ଏକ ଭିଡିଓ ବାର୍ତାରେ ଏହି ସଙ୍କେତ ଦେଇଛନ୍ତି। ଦୌଡ଼କୁଦ ଜୀବନ ଶେଷ ହେବା ପରେ ଫୁଟ୍‌ବଲ୍‌ ଖେଳିବାର ଇଚ୍ଛା ବୋଲ୍ଟ ବହୁଥର ଜାହିର କରିଥିଲେ। ଏହାକୁ ଏବେ ସେ ପୂର୍ଣ୍ଣାଙ୍ଗ ରୂପ ଦେଇଛନ୍ତି। ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଥିବା ୧୦ ସେକେଣ୍ଡର ଭିଡିଓରେ ସେ କହିଛନ୍ତି ଯେ ମୁଁ ଏବେ ଏକ ଫୁଟ୍‌ବଲ୍‌ ଦଳ ସହ ଚୁକ୍ତି କଲି। ମଙ୍ଗଳବାର ଆପଣ ଏହି ଦଳର ନାଁ ଜାଣି ପାରିବେ। ସୂଚନାଯୋଗ୍ୟ ଯେ ବୋଲ୍ଟ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଦଳର ଦୃଢ଼ ସମର୍ଥକ ହୋଇଥିଲା ବେଳେ ଡର୍ଟମୁଣ୍ଡର ବୁନ୍ଦେସ୍‌ଲିଗା କ୍ଲବ ପାଇଁ ନିକଟରେ ପରୀକ୍ଷା ଦେଇଥିଲେ। ୧୦୦ ମିଟର ଦୌଡ଼ର ବିଶ୍ୱ କୀର୍ତ୍ତିମାନଧାରୀ ବୋଲ୍ଠ ଅଲିମ୍ପିକ୍ସ ଇତିହାସର ସଫଳତମ ଧାବକ ହୋଇଥିଲା ବେଳେ ୨୦୧୭ ବିଶ୍ୱ ପ୍ରତିଯୋଗିତା ପରେ ଅବସର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର